ଅଟଳ ଟନେଲ୍‌ ଫଳକ ପାଇଁ କଂଗ୍ରେସ ଦେଲା ଚେତାବନୀ

ନୂଆଦିଲ୍ଲୀ: ଅକ୍ଟୋବର ୩ରେ ହିମାଚଳ ପ୍ରଦେଶର ରୋହତଙ୍ଗଠାରେ ଅଟଳ ଟନେଲ୍‌ର ଉଦ୍‌ଘାଟନ ହୋଇଥିଲା। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଥିଲେ। କିନ୍ତୁ ୨୦୧୦ ମସିହା ଜୁନ୍‌ ୧୮ରେ ମନାଲୀର ଡୋଣ୍ଡି ଠାରେ ସୋନିଆ ଗାନ୍ଧୀ ପ୍ରଥମେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିରେ ସୋନିଆ ଗାନ୍ଧିଙ୍କ ନାଁ ମଧ୍ୟ ରହିଥିଲା, ହେଲେ ଏହି ଟନେଲକୁ ଉଦ୍‌ଘାଟନ କରାଯିବା ପରେ ସୋନିଆଙ୍କ ନାଁକୁ ହଟାଇ ଦିଆଯାଇଥିବା ହିମାଚଳ ପ୍ରଦେଶ କଂଗ୍ରେସ ପକ୍ଷରୁ କୁହାଯାଇଛି।

କଂଗ୍ରେସ ରାଜ୍ୟମୁଖ୍ୟ କୁଲଦୀପ ସିଂହ ରାଠୋର ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏହା ସହ ସେ ଆନ୍ଦୋଳନର ଧମକ ଦେଇଛନ୍ତି। ପୂର୍ବ ଭଳି ଯଦି ସୋନିଆଙ୍କ ନାଁ ଥିବା ଫଳକ ଏଠାରେ ସ୍ଥାପନ କରା ନ ଯାଏ, ତେବେ ଆଗାମୀ ଦିନରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି। ଫଳକରୁ ସୋନିଆଙ୍କ ନାଁ ହଟାଇବା ଅଗଣତାନ୍ତ୍ରିକ ଓ ବେଆଇନ ବୋଲି ସେ କହିଛନ୍ତି।

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ୨୦୦୦ ମସିହା ଜୁନ୍‌ ୩ ତାରିଖରେ ଏହି ଟନେଲ ତିଆରି ପାଇଁ ନିଷ୍ପତ୍ତି ହୋଇଥିଲା। ସେତେବେଳେ ଏହାର ନାମ ରୋହତଙ୍ଗ ଟନେଲ ରଖାଯାଇଥିଲା। ହେଲେ ୨୦୧୯ ମସିହାରେ ମୋଦି ସରକାରଙ୍କ କ୍ୟାବିନେଟ ଏହାର ନାଁକୁ ଅଟଳ ଟନେଲକୁ ବଦଳାଇ ଦେଇଥିଲେ।

ଏହି ଟନେଲ ମନାଲୀରୁ ଲାହାଉଲ-ସ୍ପିଟି ଭ୍ୟାଲିକୁ ସଂଯୋଗ କରୁଛି। ଯାହା ଫଳରେ ସେନାଙ୍କ ଯାତ୍ରାରେ ଏହା ସହଜ ହେବ। ଏହି ଟନେଲ ଦ୍ୱାରା ମନାଲୀରୁ ଲେହକୁ ଯାତ୍ରା ପାଇଁ ମାତ୍ର ୫ ଘଣ୍ଟା ଲାଗିବ। ଏହା ଛଡ଼ା ଶୀତ ଦିନେ ବରଫ ବନ୍ଦୀ ଜୀବନରୁ ମୁକ୍ତି ମଧ୍ୟ ମିଳିବ।

ଆହୁରି ପଢ଼ନ୍ତୁ

ନଭେମ୍ବର ଶେଷ ଯାଏ ବଢ଼ିଲା ଅନ୍‌ଲକ୍‌ ୫.୦ ଗାଇଡ୍‌ ଲାଇନ କଟକଣା

ଏବେ ଯେକୌଣସି ବ୍ୟକ୍ତି ଜାମ୍ମୁ କାଶ୍ମୀରରେ କିଣି ପାରିବେ ଜାଗା

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ଲଭ୍‌-ଜିହାଦ୍‌ରୁ ହତ୍ୟା! ସିସିଟିଭିରେ କଏଦ୍‌ ହେଲା ଭିଡିଓ

ଅଓ୍ୱନ୍ତିପୋରାରେ ଏନ୍‌କାଉଣ୍ଟର: ଆତ୍ମସମର୍ପଣ କଲା ଆତଙ୍କୀ

କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କରୋନା ପଜିଟିଭ୍

ହାଥରସ ଘଟଣା: ସୁପ୍ରିମକୋର୍ଟ କହିଲେ ୟୁପିରୁ ବାହାରକୁ ସ୍ଥାନାନ୍ତର ହେବନି ମାମଲା

୨ ଲକ୍ଷରୁ ଅଧିକ ଟଙ୍କାର ପିଆଜ ଚୋରି

ଭାରତ-ଆମେରିକା ଟୁ ପ୍ଲସ ଟୁ ବୈଠକ: BECA ରାଜିନାମା ସ୍ୱାକ୍ଷର କରିବେ ଦୁଇ ଦେଶ

ବିହାର ନିର୍ବାଚନ: ୩୪% ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା

ସୋନୁ ସୁଦ୍‌ଙ୍କ ସାହାଯ୍ୟକୁ ନେଇ ୟୁଜର୍ସ କହିଲେ ‘ବଡ ଧୋକା’; ସୋନୁ ଦେଲେ ଏମିତି ଜବାବ୍‌

ମଦ୍ରାସାରେ ଭୟଙ୍କର ବିସ୍ଫୋରଣ; ୭ ମୃତ ୭୦ ଆହତ

You might also like