ହାଇୱେରେ ଦ୍ରୁତ ବେଗରେ ଯାଉଥିଲା କାର୍‌, ହଠାତ୍‌ ଏମର୍ଜେନ୍ସି ଲ୍ୟାଣ୍ଡିଂ କଲା ପ୍ଲେନ୍‌

ହାଇୱେରେ ଏକ ପ୍ଲେନ୍‌ ଏମର୍ଜେନ୍ସି ଲ୍ୟାଣ୍ଡିଂ କରୁଥିବାର ଭିଡିଓ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓଟିକୁ ଦେଖିଲେ ଆପଣ ମଧ୍ୟ ଆଚମ୍ବିତ ହୋଇଯିବେ।

ମିଳିଥିବା ସୂଚନା ଅନୁସାରେ, ବୁଧବାର ରାତି ୯ଟା ୩୦ରେ ଆମେରିକାର ମିନେସୋଟାରେ ଏକ ସିଙ୍ଗଲ୍‌ ଇଞ୍ଜିନ୍‌ ପ୍ଲେନ୍ ହାଇୱେରେ ‌ଚଳନ୍ତା କାର୍‌ ମଝିରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିଥିଲା। ଫଳରେ ବିମାନଟି ଏକ କାର୍‌ ସହ ଧକ୍କା ହୋଇଥିଲା।

ଯଦିଓ ଏହି ଘଟଣାରେ କେହି ମୃତାହତ ହୋଇ ନାହାନ୍ତି, ହେଲେ ହାଇୱେରେ ପ୍ଲେନ୍‌ର‌ ଏମର୍ଜେନ୍ସି ଲ୍ୟାଣ୍ଡିଂ ସମୟର ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। Minnesota Department of Transportation ପକ୍ଷରୁ ଏହି ଭିଡିଓକୁ ଡିସେମ୍ବର ୪ରେ ସୋସିଆଲ୍‌ ମିଡିଆରେ ଶେଆର‌ କରାଯାଇଥିଲା।

ତେବେ କେଉଁ କାରଣ ପାଇଁ ବିମାନକୁ ଏମର୍ଜେନ୍ସି ଲ୍ୟାଣ୍ଡିଂ କରାଗଲା ତାହାର କାରଣ ଜଣାପଡ଼ିନାହିଁ।

You might also like