ଅଗଷ୍ଟ ୧୫ ପରେ ଖୋଲିପାରେ ଶିକ୍ଷାନୁଷ୍ଠାନ

ନୂଆଦିଲ୍ଲୀ:କରୋନା ସ୍ଥିତି ସୁଧୁରି ନ ଥିଲେ ହେଁ ଦୀର୍ଘଦିନ ଧରି ଲକ୍‌ଡାଉନ ପରେ ଦେଶରେ ସ୍ୱାଭାବିକ ଅବସ୍ଥା ଧୀରେ ଧୀରେ ଫେରୁଛି।  ଅଜିଠୁ ଧର୍ମାନୁଷ୍ଠାନ ଖୋଲିଥିବାବେଳେ  ସର୍ତ୍ତମୂଳକ ଭାବେ କିଛି ରେଷ୍ଟୁରାଣ୍ଟ ଓ ହୋଟେଲ ଖୋଲିଛି। ତେବେ ସ୍କୁଲ, କଲେଜ କେବେ ଖୋଲିବ ସେ ନେଇ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ମାନବ ସମ୍ବଳ ମନ୍ତ୍ରାଳୟ ପକ୍ଷରୁ କିଛିଟା ସୂଚନା ମିଳିଛି।

ଏହି ସୂଚନା ଅନୁଯାୟୀ, ଅଗଷ୍ଟ ୧୫ ପୂର୍ବରୁ ଦେଶରେ କୌଣସି ପ୍ରକାରର ଶିକ୍ଷାନୁଷ୍ଠାନ ଖୋଲିବ ନାହିଁ। ଏହାପରେ ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ । ଯଦି ସେ ସମୟରେ କରୋନା ସଂକ୍ରମଣ ସ୍ଥିତି ଭଲ ଥିବ ତେବେ ସ୍କୁଲ କଲେଜ ଖୋଲିବାକୁ ଅନୁମତି ଦିଆଯାଇ ପାରେ। 

ସୂଚନାଥାଉ କି, କରୋନା ସଙ୍କଟ ପାଇଁ ମାର୍ଚ୍ଚ ୧୬ରୁ ହିଁ ଦେଶର ସମସ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ତେବେ ସ୍କୁଲ ଖୋଲିବା ନେଇ ନୂଆ ଗାଇଡ ଲାଇନ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଜାରି କରିବ।

ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଅଧିକାଂଶ ସ୍କୁଲରେ ଅନଲାଇନ କ୍ଲାସ ଚାଲୁଛି। ତେବେ HRD ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି,  ନିର୍ଦ୍ଦିଷ୍ଟ ଅଞ୍ଚଳର କରୋନା ସ୍ଥିତିକୁ ଦେଖି ସ୍କୁଲ ଖୋଲିବ କି ନାହିଁ ସେ ନିଷ୍ପତ୍ତ ନିଆଯିବ। ଜୁଲାଇରେ କ’ଣ ସ୍ଥିତି ରହିବ ଏବଠୁ କହି ହେବନି।

You might also like