ଅସୁସ୍ଥ ଥିଲେ ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ନ ଆସିବାକୁ ଅନୁରୋଧ କଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ: ଅସୁସ୍ଥ ଥିଲେ ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ଯାତ୍ରା ନକରିବାକୁ ଅନୁରୋଧ କରିଛି ରେଳ ମନ୍ତ୍ରଣାଳୟ। ବିଶେଷ କରି ଉଚ୍ଚ ରକ୍ତଚାପ, ମଧୁମେହ, ହୃଦ୍ରୋଗ, କର୍କଟ ରୋଗ, ରୋଗ ପ୍ରତିଶେଧକ ଶକ୍ତି କମ୍ ଥିବା ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍ ବୟସର ପିଲା ଓ ୬୫ ବର୍ଷରୁ ଅଧିକ ବୟସର ଲୋକ ଅତ୍ୟନ୍ତ ଜରୁରୀ ନଥିଲେ ଏହି ଟ୍ରେନ୍‌ରେ ଯାତ୍ରା ନକରିବାକୁ ଅନୁରୋଧ କରାଯାଇଛି।

ଶ୍ରମିକ ଟ୍ରେନ୍‌ରେ ଗତ ୪୮ ଘଣ୍ଟା ମଧ୍ୟରେ ପ୍ରାୟ ୯ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ମେ ୨୭ ତାରିଖରେ ରିପୋର୍ଟ ପ୍ରକାଶ ପାଇଥିଲା। ଏହି ସମସ୍ତ ଶ୍ରମିକଙ୍କର ପୂର୍ବରୁ ସ୍ୱାସ୍ତ୍ୟ ସମସ୍ୟା ଥିବା ଜଣାପଡ଼ିଛି।

ଦେଶର ବିଭିନ୍ନ ସ୍ଥାନରୁ ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା ପାଇଁ ଶ୍ରମିକ ସ୍ପେଶାଲ ଟ୍ରେନ୍ ଚାଲିଛି। ତେବେ ଏହି ସମୟରେ ବଢୁଥିବା ଅସୁସ୍ଥ ଜନିତ ସମସ୍ୟା ଏହି କାରଣରୁ ଘଟୁଥିବା ମୃତ୍ୟୁକୁ ଏଡ଼ାଇବାକୁ ରେଳ ମନ୍ତ୍ରାଳୟ ଏଭଳି ପଦକ୍ଷେପ ନେବା ସହ ୧୩୮ ଏବଂ ୧୩୯ ଦୁଇଟି ହେଲ୍‌ପ ଲାଇନ ନମ୍ବର ଜାରି କରିଛି। ଯାହାଦ୍ୱାରା ଟ୍ରେନ୍ ଯାତ୍ରା ବେଳେ କୌଣସି ପ୍ରକାର ଅସୁବିଧା ଅନୁଭବ କଲେ ଯାତ୍ରୀ ଯୋଗାଯୋଗ କରିପାରିବେ।

You might also like