ନିର୍ବାଚନ ପୂର୍ବରୁ ପିଟ୍ରୋଡାଙ୍କ ବିବାଦୀୟ ବୟାନ୍‌, ଅତିଶିଙ୍କ ପାମ୍‌ପ୍ଲେଟ୍‌

ନୂଆଦିଲ୍ଲୀ: ଆସନ୍ତା ୧୨ ତାରିଖରେ ଦିଲ୍ଲୀରେ ଲୋକସଭା ନିର୍ବାଚନ । ଭୋଟ୍‌ର ଠିକ୍ ପୂର୍ବରୁ ଦୁଇଟି ବିବାଦ ସେଠାରେ ସୃଷ୍ଟି କରିଛି ହଟଚମଟ।  ଶିଖ୍ ବିରୋଧୀ ଦଙ୍ଗାକୁ ନେଇ ସାମ୍ ପିଟ୍ରୋଡ଼ାଙ୍କ ବିବାଦୀୟ ବୟାନ ଏବଂ ଆପ୍ ନେତ୍ରୀ ଅତିଶି ଓ ବିଜେପିର ଗୌତମ ଗମ୍ଭୀର ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ। ଯାହାକି ଦିଲ୍ଲୀ ରାଜନୀତି ଉପରେ ବେଶ୍ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି।

ଗାନ୍ଧି ପରିବାରର ଖାସ୍ ଅନୁଗତ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଘନିଷ୍ଠ ସହଯୋଗୀ ସାମ୍ ପିଟ୍ରୋଡ଼ା ୧୯୮୪ ଶିଖ ଦଙ୍ଗାକୁ ନେଇ କହିଥିଲେ ଯେ, “ନିଜ ବିଫଳତାକୁ ଘୋଡ଼ାଇବା ପାଇଁ ମୋଦି ଏହି ସବୁ ପ୍ରସଙ୍ଗ ଉଠାଉଛନ୍ତି । ୧୯୮୪ରେ ଦଙ୍ଗା ହୋଇଥିଲା ତ ହୋଇଥିଲା।”

ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପିଟ୍ରୋଡାଙ୍କ ଏଭଳି ଖାମ୍‌ଖିଆଲ ମନ୍ତବ୍ୟ ପାଇଁ କଂଗ୍ରେସ ଏବେ ଅଡ଼ୁଆରେ। ଏହି ମନ୍ତବ୍ୟକୁ ନେଇ ବିଜେପି  ପିଟ୍ରୋଡ଼ାଙ୍କୁ କଡ଼ା ସମାଲୋଚନା କରିଛି। ଏପରିକି ଦିଲ୍ଲୀରେ ଶିଖମାନେ ବିକ୍ଷୋଭ ଆରମ୍ଭ କରିଛନ୍ତି । ଏକ ବିରାଟ ରାଲି କରିବା ସହିତ ପିଟ୍ରୋଡ଼ା ଓ ରାହୁଲ ଗାନ୍ଧିଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି ଶତାଧିକ ଶିଖ୍‌ ।

ସେପଟେ ଦିଲ୍ଲୀ ରାଜନୀତିରେ ଆଉ ଏକ ବଡ଼ ବିବାଦ ସୃଷ୍ଟି ହୋଇଛି । ଇଷ୍ଟ ଦିଲ୍ଲୀ ଆସନରୁ ଲଢୁଥିବା ବିଜେପିର ଗୌତମ ଗମ୍ଭୀର ଓ ଆମ୍ ଆଦମୀ ପାର୍ଟିର ଅତିଶିଙ୍କୁ ନେଇ ସୃଷ୍ଟି ହୋଇଛି ଏହି ବିବାଦ । ଗୌତମ ଗମ୍ଭୀର ତାଙ୍କ ବିରୋଧରେ ଅପମାନଜନକ ପାମପ୍ଲେଟ୍ ଛାପିଥିବା ଅଭିଯୋଗ କରି ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଥିଲେ ଅତିଶି । ଟୁଇଟ୍‌ରରେ କେଜରିଓ୍ୱାଲ ମଧ୍ୟ ଗମ୍ଭୀରଙ୍କୁ କଡ଼ା ନିନ୍ଦା କରିଥିଲେ । କିନ୍ତୁ ଅତିଶିଙ୍କ ବିରୋଧରେ ପାମପ୍ଲେଟ ଛପାଇବା ଅଭିଯୋଗକୁ ଖଣ୍ଡନ କରି ମାନହାନି ମୋକଦ୍ଦମାର ଧମକ ଦେଇଛନ୍ତି ଗୌତମ ଗମ୍ଭୀର ।

ଆହୁରି ପଢ଼ନ୍ତୁ

‘ଚାଇନା କମ୍ପାନୀ ଦ୍ୱାରା ଭାରତକୁ ଫାଇଦା’

ସମୁଦ୍ର କୂଳରେ ଏମିତି ଲୁକ୍‌ରେ ମନ୍ଦିରା, ଭାଇରାଲ ହେଲା ଫଟୋ

ଭାରତର ଲଗାତାର ୫ମ ବିଜୟ, ୱେଷ୍ଟଇଣ୍ଡିଜ୍ ଧରାଶାୟୀ

‘ଫୋନି’ ଖୋଲିଦେଲା ଜାଲ୍‌ ରାସନକାର୍ଡ ଗୁମର: ଚାଉଳ ନେଲେ ଟଙ୍କା ପାଇଁ ଆସିଲେନି

ପୋଲାଭରମ୍‌ ପ୍ରକଳ୍ପ ଆଗେଇନେବା ପାଇଁ ଆନ୍ଧ୍ରକୁ ଅନୁମତି

ଦାୟିତ୍ୱହୀନତା: ଉଦ୍ଧାର ହେଲେ ୨ ଶିଶୁପୁତ୍ର, ଜଣେ କାର୍ ଭିତରୁ, ଜଣେ ବନ୍ଦ ଘରୁ

ତିନି ରାଜ୍ୟସଭା ପ୍ରାର୍ଥୀ କୋଟିପତି, ଅମରଙ୍କ ନାଁରେ ରହିଛି ଏମିତି ଅଭିଯୋଗ

ମୋଟ୍ ବ୍ୟୟ ପରିମାଣ ୧ ଲକ୍ଷ ୩୯ ହଜାର କୋଟି  ଛୁଇଁବା ସମ୍ଭାବନା

ରାଜଧାନୀରୁ କାର ଲୁଟ୍ ଘଟଣାର ପର୍ଦ୍ଦାଫାସ

୪ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇଲା ସ୍ୱାସ୍ଥ୍ୟ ବିଭାଗ

ପାଠ୍ୟ ପୁସ୍ତକରେ ଏଣିକି ରହିବ କ୍ୟୁଆର କୋର୍ଡ

ବହୁ ଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲା, ୫ ଦୋଷୀଙ୍କୁ ଆଜୀବନ ଜେଲ୍‌

You might also like