ତିରୁନେଲ‍ବେଲି : କରୋନା କାଳରେ ରୋଜଗାର ଛଡ଼ାଇନେଲା କମ୍ପାନୀ । କୁନି କୁନି ପିଲାଙ୍କ ମୁହଁରେ ଆହର ଦେବା କଷ୍ଟକର ହୋଇପଡ଼ିଲା । କାକୁତିମିନତି ସତ୍ତ୍ବେ କମଚାରୀଙ୍କୁ ଛଟେଇ କରିଦେଲା କମ୍ପାନୀ । ଫଳରେ କମ୍ପାନୀ ଉପରେ ରାଗ ଶୁଝାଇବାକୁ ଯାଇ ଫ୍ୟାକ୍ଟ୍ରିରେ ବମ୍ ରଖିଦେଲ କର୍ମଚାରୀ । ଏହି କ୍ରମରେ  ତିରୁନେଲ‍ବେଲି ସହରର ଶଙ୍କର ନାଗରର ଏକ ଘରୋଇ ସିମେଣ୍ଟ କାରଖାନାରୁ ଦୁଇଟି ପାଇପ୍ ବୋମା ଉଦ୍ଧାର କରାଯାଇଛି । ଶଙ୍କର ନଗର ପୋଲିସ ଏନେଇ ଛାନଭିନ୍ ଆରମ୍ଭ କରିଛି । ବୋମାଗୁଡିକ ବହୁତ ଶକ୍ତିଶାଳୀ ଥିଲା ଏବଂ ଏହାକୁ ନିଷ୍କ୍ରିୟ କରାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

କୋଭିଡ -19 କୁ ଦୃଷ୍ଟିରେ ରଖି ସୀମିତ ସଂଖ୍ୟକ ଲୋକଙ୍କୁ କାମ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ଫଳରେ ଘରୋଇ ସିମେଣ୍ଟ କାରଖାନାର କିଛି କର୍ମଚାରୀଙ୍କୁ ବରଖାସ୍ତ କରିଥିଲେ ମାଲିବ । ବହିଷ୍କୃତ ହେବା ପରେ ଲକଡାଉନ୍ ଯୋଗୁଁ କର୍ମଚାରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ନିଜ ପିଲାଛୁଆଙ୍କ ମୁହଁରେ ଆହର ଦେଇନପାରି ହନ୍ତସନ୍ତ ହୋଇଥିଲେ । ଶେଷରେ  କାରଖାନା ଅଧିକାରୀଙ୍କୁ ଡକାଯାଇ ବହିଷ୍କୃତ ଶ୍ରମିକଙ୍କ ପାଇଁ ୫୦ ଲକ୍ଷ ଟଙ୍କା ଦାବି କରାଯାଇଥିଲା ।  ଟଙ୍କା ନଦେଲେ କରାଖାନାରେ ବମ୍ ରଖି ଉଡାଇ ଦେବାକୁ ଧମକ ମଧ୍ୟ ଦେଇଥିଲେ ।

ତେବେ ଧମକ ଦେବା ପରେ ପୋଲିସକୁ ଖବର କରିଥିଲେ ସିମେଣ୍ଟ୍ କାରଖାନା ମାଲିକ । ମଙ୍ଗଳବାର ରାତିରେ ବମ୍ ଡିସପୋଜାଲ୍ ସ୍କ୍ବାର୍ଡ  ଘଟଣାସ୍ଥଳରେ ପହଞ୍ଚି ଦୁଇଟି ପାଇପ୍ ବୋମା ଉଦ୍ଧାର କରିଛି । ବୋମା ନିଷ୍କ୍ରିୟ କରିବା ପୂର୍ବରୁ ବିସ୍ତୃତ ଭାବରେ ତାହାର ଯାଞ୍ଚ କରାଯିବ। ବରଖାସ୍ତ କରାଯାଇଥିବା ଶ୍ରମିକମାନେ ଏହି ବମ୍ ଲଗାଇଥିବା ସନ୍ଦେହ କରୁଥିବା କୁହାଯାଉଛି । ତେବେ ଏ ସମ୍ପର୍କରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଛି ।

 

Other Stories