ପାକ୍‌ ବିମାନ ଦୁର୍ଘଟଣା: ତଦନ୍ତ ରିପୋର୍ଟରେ ପାଇଲଟ୍‌ଙ୍କୁ ନେଇ ଉଠିଲା ପ୍ରଶ୍ନ

କରାଚି: ପାକିସ୍ତାନ ଏୟାର ଲାଇନ୍ସର ମର୍ମନ୍ତୁଦ ବିମାନ ଦୁର୍ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ ଆସିଛି। ଏହି ରିପୋର୍ଟରେ ପାଇଲଟ୍‌‌ଙ୍କୁ ନେଇ ଅନେକ ପ୍ରଶ୍ନ ଉଠିଛି । ରିପୋର୍ଟରେ କକ୍‌‌ପିଟରେ ଚାଳକ ଦଳ ସଦସ୍ୟଙ୍କୁ ସଙ୍କଟ ବିଷୟରେ ଏୟାର ଟ୍ରାଫିକ କଣ୍ଟ୍ରୋଲର (ATC)କୁ ସୂଚନା ଦେବାକୁ ବାରଣ କରାଯାଇଥିଲା କି ବୋଲି ପ୍ରଶ୍ନ କରାଯାଇଛି ।

ନିଉଜ ଏଜେନ୍ସି ତଥ୍ୟ ଅନୁସାରେ, ବିମାନର ଦୁର୍ଘଟଣା କାହିଁକି ହେଲା ? ଯାନ୍ତ୍ରିକ ତ୍ରୁଟି ଯୋଗୁ ନା ପାଇଲଟଙ୍କ ଭୁଲ ଯୋଗୁ ଦୁର୍ଘଟଣା ହେଲା ? ଦେଶର ସିଭିଲ ଏଭିଏଶନ ଅଥରିଟି (CAA) ରିପୋର୍ଟ ଅନୁସାରେ , Airbus A-320ଇଞ୍ଜିନ୍‌ ପାଇଲଟ ବିମାନରୁ ଓହ୍ଲାଇବା ପୂର୍ବରୁ ୩ ଥର ରନୱେକୁ ଛୁଇଁ ଥିଲା ।
‘The News International’  ତଥ୍ୟ ଅନୁଯାୟୀ, ଏହା ପରେ ଯେତେବେଳେ ପାଇଲଟ ଉଡାଣ ନେଇଥିଲେ ସେତେବେଳେ ଅଧିକାରୀମାନଙ୍କୁ ଏହା ଖୁବ୍‌ ଆର୍ଶ୍ଚ୍ୟ ଲାଗିଥିଲା ଯେ, କକ୍‌‌ପିଟ୍‌‌ରେ ଥିବା ଚାଳକ ଦଳର ସଦସ୍ୟ ଜିନ୍ନା ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ହିଁ ଏୟାର ଟ୍ରାଫିକ କଣ୍ଟ୍ରୋଲରକୁ ସମସ୍ୟା ସମ୍ପର୍କରେ କାହିଁକି ସୂଚନା ଦେଲେନି ?

ଋିପୋର୍ଟ ଅନୁସାରେ, ଯେତେବେଳେ ବିମାନ ଲାଣ୍ଡିଂ ପାଇଁ ଉଦ୍ୟମ କରି ବିଫଳ ହେବା ପରେ ବିମାନଟି ଖସି ପଡ଼ିଥିଲା ସେତେବେଳେ ସମ୍ଭବତଃ ତେଲ ଟାଙ୍କି ଏବଂ ଇନ୍ଧନ ପମ୍ପ କ୍ଷତିଗ୍ରସ୍ତ ହୋଇ ଯାଇଥିଲା ଯେଉଁଥିପାଇଁ ପାଇଲଟ ବିମାନକୁ ସୁରକ୍ଷିତ ରଖି ପାରିଲେ ନାହିଁ ।

ଅନ୍ୟ ଏକ ପ୍ରଶ୍ନ ମଧ୍ୟ ଉଠୁଛି, କକ୍‌‌ପିଟରେ ଆଲାରାମ ସିଷ୍ଟମ ପାଇଲଟ୍‌ଙ୍କୁ ଅଚାନକ ଏମର୍ଜେନ୍ସି ବିଷୟରେ କାହିଁକି ସୂଚନା ଦେଇ ପାରିଲା ନାହିଁ ।
ତେବେ ବିମାନର ବ୍ଲାକ ବକ୍ସ ତଦନ୍ତକାରୀ ଦଳକୁ ଦିଆଯାଇଛି । ଅଧିକାରୀ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ବିମାନଟିର ଗତ ଦୁଇ ମାସ ତଳେ ଯାଞ୍ଚ ହୋଇଥିଲା । ଦୁର୍ଘଟଣାର ଗୋଟିଏ ଦିନ ପୂର୍ବରୁ ମାସ୍କଟରୁ ଲାହୋର ଉଡାନ ଭରିଥିଲା।

You might also like