ଦୀପିକା ପାଦୁକୋନଙ୍କ ନାମରେ ମନରେଗା ଜବ କାର୍ଡ !

ଭୋପାଳ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାମରେ ମନରେଗା ଯୋଜନା କାର୍ଡ ! ଖାଲି ଦୀପିକା ନୁହେଁ, ଆହୁରି ଅନେକ ଅଭିନେତ୍ରୀଙ୍କ ନାମରେ ରହିଛି ମନରେଗା କାର୍ଡ। ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି କି ? କିନ୍ତୁ କଥାଟା ସତ। ତେବେ ଏହା ପଛରେ ଏକ ବଡ କେଳେଙ୍କାରୀ ରହିଛି। ମନରେଗା ଯୋଜନାରେ ଆସୁଥିବା ଟଙ୍କାକୁ ହଡପ କରିବା ପାଇଁ ନୀରିହ ଗ୍ରାମବାସୀଙ୍କୁ ଠିକ ଅଭିନେତ୍ରୀଙ୍କ ନାମରେ ଏପରି କାର୍ଡ କରିଛନ୍ତି  ପଞ୍ଚାୟତ ସଚିବ ତଥା ନିଯୁକ୍ତି ସହାୟକ । ଘଟଣା ଘଟିଛି  ମଧ୍ୟପ୍ରଦେଶର ଖାରଗୋନ୍ ଜିଲ୍ଲାରେ ।

ଏମାନେ ଅନଲାଇନ ଜବ୍‌କାର୍ଡରେ ଗାଁର ପୁରୁଷ ଓ ମହିଳାଙ୍କ ଫଟୋ ରଖିବା ପରିବର୍ତ୍ତେ ଅଭିନେତ୍ରୀଙ୍କ ଫଟୋ ଲଗାଇଛନ୍ତି। ସେତିକି ନୁହେଁ, ଏହି ଜବ୍‌ କାର୍ଡରେ ଶ୍ରମିକ ପାଇଥିବା ରାଶି ମଧ୍ୟ ଉଲ୍ଲେଖ ରହିଛି। ହେଲେ ଗ୍ରାମବାସୀଙ୍କୁ ଜଣା ନାହି ଯେ ତାଙ୍କ ନାମରେ ଟଙ୍କା ଆସିଛି। ଏପରିକି ସେମାନେ କାମ କରିବାକୁ ମଧ୍ୟ ଯାଇ ନାହାନ୍ତି।

ଜିଲ୍ଲା ମୁଖ୍ୟାଳୟଠାରୁ ୭୦ କିମି ଦୂର ଝିରନିଆ ପଞ୍ଚାୟତର ପୀପଲଖେଡା ଗାଁରେ ଘଟିଛି ଏହି ଘଟଣା। ଏଠାରେ ମହାତ୍ମାଗାନ୍ଧି ରୋଜଗାର ଗ୍ୟାରେଣ୍ଟି ଯୋଜନାରେ ଅଭିନେତ୍ରୀଙ୍କ ଫଟୋ ଲଗାଯାଇଛି। ହେଲେ ଗ୍ରାମର ଯେଉଁ ପୁରୁଷ ମହିଳାଙ୍କ ନାମରେ ଜବ୍‌ କାର୍ଡ ଅଛି ସେମାନେ ଜାଣି ନାହାନ୍ତି କେବେ ତାଙ୍କ ଜବକାର୍ଡରେ ଅଭିନେତ୍ରୀଙ୍କ ଫଟୋ ଲାଗିଛି ଏବଂ ତାଙ୍କ ନାମରେ ଟଙ୍କା ଆସିଛି ଏବଂ ସେସବୁକି କେବେ ଉଠାଇ ନିଆଯାଇଛି।

ସେତିକି ନୁହେଁ, ଗ୍ରାମବାସୀଙ୍କ ପାଖରେ ଥିବା ଜବକାର୍ଡ ନମ୍ବର ଏବଂ ଏହି ଡୁପ୍ଲିକେଟ ଜବକାର୍ଡ ନମ୍ବର ମଧ୍ୟ ମିଶୁନି। ଗାଁର ଏପରି ୧୫ଟି ଜବକାର୍ଡ ମିଳିଥିଲା ଯେଉଁଥିରେ ଅଭିନେତ୍ରୀଙ୍କ ଫଟୋ ଲାଗିଥଲା। ସେହିପରି ଗ୍ରାମର ଜଣେ ବ୍ୟକ୍ତି ଯାହାଙ୍କର ୫୦ ଏକର ଜମି ରହିଛି, ତାଙ୍କ ପୁଅ ନାମରେ ହୋଇଛି ଜବ୍‌ କାର୍ଡ। ଏହି ଜବ୍‌କାର୍ଡ ନାମରେ ଆସିଥିବା ୩୦ ହଜାର ଟଙ୍କା ମଧ୍ୟ ହେରଫେର ହୋଇଥିବା ଜଣାଯାଇଛି। ନା ସେ ଜବ୍‌ କାର୍ଡ କରିଛନ୍ତି ନା କେବେ କାମ କରିଛନ୍ତି। ହେଲେ ଏତେ ଟଙ୍କା ତାଙ୍କ ନାମରେ କେମିତି ଆସିଲା ସେ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ତାଙ୍କରି କାର୍ଡରେ ଦୀପିକା ପାଦୁକୋନଙ୍କ ଫଟୋ ଲଗାଯାଇଛି।

ଆହୁରି ପଢ଼ନ୍ତୁ

୧୦ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ଫାଶୀ

ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ କୌଣସି ଚାପ ପଡ଼ି ନ ଥିଲା-ସଫେଇ ଦେଲେ ଇମ୍ରାନ

ଆରୋଗ୍ୟ ସେତୁ ଆପ୍ସର ତଥ୍ୟ ଖିଲାପ କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବାପାଙ୍କୁ ହତ୍ୟା କରିବା ପରେ କ୍ରାଇମ୍‌ ଶୋ’ରୁ ଆଇଡିଆ ନେଇ ପ୍ରମାଣ ନଷ୍ଟ କଲା ପୁଅ

ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ସେକ୍ସ ଗୁରୁଙ୍କୁ ମିଳିଲା ସଜା, ଜେଲରେ ରହିବେ ୧୨୦ ବର୍ଷ

ଦିୱାଲିରେ ଏହିସବୁ ସ୍ମାର୍ଟଫୋନ୍‌ ଉପରେ ମିଳୁଛି ବମ୍ପର ଅଫର୍‌

କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟକ ହେବ ବିସିଜି ଟିକା

ବିବାହ ଉତ୍ସବରେ ଯୋଗଦେଇ ଫେରୁ ଥିବାବେଳେ ଓଲଟିଲା ଭ୍ୟାନ୍‌; ୬ ମୃତ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

You might also like