୮ ହଜାର ଟଙ୍କାରେ କିଣିପାରିବେ ଏହି ଦମ୍‌ଦାର୍‌ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ଫ୍ଲିପ୍‌କାର୍ଟ(Flipkart)ରେ ଏବେ Infinix Days Sale ଚାଲିଛି। ଏହି ସେଲ୍‌ରେ ଆପଣ ଇନ୍‌ଫିନିକ୍ସର ଇନ୍‌ଫିନିକ୍ସ ସ୍ମାର୍ଟ 5 (Infinix Smart 5), ଇନ୍‌ଫିନିକ୍ସ ନୋଟ୍‌ 7 (Infinix Note 7), ଇନ୍‌ଫିନିକ୍ସ ସ୍ମାର୍ଟ 4 ପ୍ଲସ୍ ‌(Infinix Smart 4 Plus) ଓ ଇନ୍‌ଫିନିକ୍ସ ହଟ୍‌ 9 (Infinix Hot 9) ଭଳି ପପୁଲାର୍‌ ସ୍ମାର୍ଟଫୋନ୍‌ ଆପଣ ଶସ୍ତାରେ କିଣିପାରିବେ। ଏସବୁ ଫୋନ୍‌ ମଧ୍ୟରୁ ଆପଣ 6000mAh ବ୍ୟାଟେରୀ Infinix Smart 4 Plusକୁ ୨୦% ଡିସ୍‌କାଉଣ୍ଟରେ ୭,୯୯୯ ଟଙ୍କାରେ କିଣିପାରିବେ। ଏହି ଫୋନ୍‌ର ଦାମ୍ ପୂର୍ବରୁ ୯,୯୯୯ ଟଙ୍କା ଥିଲା।

ଯଦି ଆପଣ ୮ ହଜାର ଟଙ୍କା ଭିତରେ ଫୋନ୍‌ କିଣିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ Infinix Smart 4 Plus ସ୍ମାର୍ଟଫୋନ୍‌ କିଣିପାରିବେ।

ଜାଣନ୍ତୁ Infinix Smart 4 Plusରେ କ’ଣ ସବୁ ଫିଚର୍ସ ରହିଛି…

  • ୬.୮୨ ଇଞ୍ଚର HD+ଡିସ୍‌ପ୍ଲେ।
  • Mediatek Helio A25 Processor।
  • ଏହି ଫୋନ୍‌ Android 10 ଆଧାରିତ XOS 6.2 ରେ କାର୍ଯ୍ୟକ୍ଷମ କରୁଛି।
  • ଏହି ଫୋନ୍‌ରେ ଡୁଆଲ୍‌ ସିମ୍‌ ସପୋର୍ଟ କରିଥାଏ।
  • ଫୋନ୍‌ରେ ଆପଣ ରିୟର ଫିଙ୍ଗରପ୍ରିଣ୍ଟ୍‌ ସେନ୍‌ସର୍ ଭଳି ଫିଚର୍ସ ପାଇପାରିବେ।
  • Midnight Black, Ocean Wave, Quetzal Cyan ଓ Violet କଲର୍‌ର ଏହି ଫୋନ୍‌ ଉପଲ୍ଲବ୍ଧ।
  • ମାଇକ୍ରୋ ଏସ୍‌ଡି କାର୍ଡ ବ୍ୟବହାର କରି ମୋବାଇଲ୍‌ର ଷ୍ଟୋରେଜ୍‌ କ୍ଷମତାକୁ 256GB ପର୍ଯ୍ୟନ୍ତ ବଢ଼ା ଯାଇପାରି ହେବ।

ଯଦି ଆମେ Infinix Smart 4 Plusର କ୍ୟାମେରା କଥା କହିବା, ତା’ହେଲେ 13MP(୧୩ ମେଗାପିକ୍ସେଲ୍‌) ରିୟର କ୍ୟାମେରା ରହିଛି। ଯାହାକି ଟ୍ରିପଲ୍‌ LED ଫ୍ଲାଶ୍‌ ଓ Depth Sensor ସପୋର୍ଟ କରିଥାଏ। ଏହାସହ 8MP (୮ ମେଗାପିକ୍ସେଲ୍‌)ର ଫ୍ରଣ୍ଟ୍‌ କ୍ୟାମେରା ରହିଛି। ସବୁଠାରୁ ଖାସ୍‌ କଥା ହେଉଛି ଆପଣଙ୍କୁ ଏହି ଫୋନ୍‌ରେ 6000mAh ବ୍ୟାଟେରୀ ସହ 10W ଚାର୍ଜିଂ ସପୋର୍ଟ ମିଳିବ।

ଏଠାରେ ଆମେ ଆପଣଙ୍କୁ କହି ରଖିବୁ ଯେ, କିଛିଦିନ ତଳେ ଭିଭୋ (Vivo) ଏହାର ୨ଟି ସ୍ମାର୍ଟଫୋନ୍‌ Vivo VX50 ଓ Vivo V19ର ଦାମ୍‌ କରିଥିଲା

You might also like