ଭୂମିକମ୍ପରେ ଭଶୁଡ଼ି ପଡ଼ିଲା ୩ ମହଲା ଘର

ନୂଆଦିଲ୍ଲୀ:ଫିଲିପିନ୍ସରେ ମଙ୍ଗଳବାର ଏକ ବଡ ଧରଣର ଭୂମିକମ୍ପ ହୋଇଯାଇଛି। ରିଚର ସ୍କେଲରେ ଏହାର ତୀବ୍ରତା ୬.୫ ଥିବା ଜଣାଯାଇଛି। ଭୂମିକମ୍ପ ପରେ ଏଠାରେ ବ୍ୟାପକ କ୍ଷୟକ୍ଷତି ହୋଯାଇଛି। ବଡ ବଡ କୋଠାଘର ମାଟିରେ ମିଶି ଯାଇଛି। ଧ୍ୱଂସସ୍ତୁପ ଭିତରେ ଅନେକ ଲୋକ ଫସି ରହିଛନ୍ତି। ହଜାର ହଜାର ଲୋକ ଘରୁ ବହାରି ଆସି ଖୋଲା ଆକାଶ ତଳେ ବସିଛନ୍ତି।

ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ କାତାଇନଗନ ସହର ନିକଟରେ ଘଟିଛି। ଫଳରେ ସହରର ସଡକ ଉପରେ ବଡ ବଡ ଫାଟ ସୃଷ୍ଟି ହୋଇଛି। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ସେ ବାଇକ୍‌ରେ ଯାଉଥିବା ସମୟରେ ଅଚାନକ ତାଙ୍କ ଗାଡ଼ି ଖସିବାକୁ ଲାଗିଲା। ତା‘ ପରେ ଦେଖିଲେ ସଡକ ଉପରେ‌ ଜୋରରେ କମ୍ପନ ସୃଷ୍ଟି ହେଉଛି। ସେ ଗାଡି ଉପରେ ଥାଇ ବାମ-ଡାହାଣ ହେବା ପରେ ଖସି ପଡ଼ିଥିଲେ।


ଏହି ଘଟଟାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। କାତାଇନଗନ ପ୍ରଶାସକଙ୍କ ଠାରୁ ମିଳିଥିବା ଖବର ଅନୁଯାୟୀ ଏକ ତିନି ମହଲା ବିଶିଷ୍ଟ ଘର ଭୁଶୁଡି ପଡ଼ିଥିଲା। ଏହି ଘର ଭିତରେ ଥିବା ଜଣେ ଅବସରପ୍ରାପ୍ତ ପୋଲିସ ଅଫିସର ଓ ତାଙ୍କ ପରିବାର ଫସି ରହିଥିଲେ। ତେବେ ଉଦ୍ଧାରକାରୀ ଦଳ ତାଙ୍କୁ ସୁରକ୍ଷିତ ବାହାର କରିବାରେ ସଫଳ ହୋଇଥିଲେ।

ସୂଚନାଥାଉ କି, ଫିଲିପିନ୍ସରେ ପ୍ରତିବର୍ଷ ଭୂମିକମ୍ପ ଝଟକା ଅନୁଭୂତ ହୋଇଥାଏ। ୧୯୯୦ରେ ଏଠାରେ ଏକ ବଡଧରଣର ଭୂକମ୍ପ ଅନୁଭୂତ ହୋଇଥିଲା ଯାହାର ତୀବ୍ରତା ଥିଲା ୭.୭। ଏଥିରେ ପ୍ରାୟ ୨ ହଜାର ଲୋକ ପ୍ରାଣ ହରାଇଥିଲେ।

You might also like