ବିବାହ ପାଇଁ ଯାଉଥିଲେ ଦୁଲ୍‌ହା-ଦୁଲ୍‌ହନ, ବାଟରେ ପଡ଼ିଲା ନଦୀ, ତା’ପରେ…

ଫିଲିପାଇନ୍ସ: ବିବାହ ପାଇଁ ଯିବାବେଳେ ବାଟରେ ବାଧକ ସାଜିଥିଲା ନଦୀ। ହେଲେ ହାର୍‌ ନ ମାନି‌ ଏକାଠି ନଦୀ ପାର୍‌ କରି ବିବାହ ସମ୍ପନ୍ନ କରିଥିଲେ ଏହି କପଲ୍। ଯାହାର ଫଟୋ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେଉଛି। ଫିଲିପାଇନ୍ସରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି।

ଭାଇରାଲ୍‌ ଫଟୋରେ ଦେଖିବାକୁ ମିଳିଛି ଦୁଲ୍‌ହା-ଦୁଲ୍‌ହନ ବିବାହ ପୋଷାକ ପିନ୍ଧି ନଦୀ ପାର୍‌ ହେଉଛନ୍ତି। ଦୁଲ୍‌ହନ ଯେତେବେଳେ ଉଛୁଳା ପାଣିରେ ନଦୀ ପାର୍‌ କରୁଛନ୍ତି, ସେହି ସମୟରେ ଦୁଲ୍‌ହା, ଦୁଲ୍‌ହନଙ୍କ ପୋଷାକ ଧରିଥିବା ଭାଇରାଲ ଫଟୋରେ ଦେଖିବାକୁ ମିଳିଛି।

ସ୍ଥାନୀୟ ନ୍ୟୁଜ୍‌ପେପର ଫିଲିପାଇନ୍‌‌ ଷ୍ଟାରର ସୂଚନା ଅନୁସାରେ, ରୋନିଲ୍‌ ମୁଝଲିପା ଓ ଜୋଜିୟଲ ମୈସୁଲା ନଦୀ ପାର୍‌ କରି ଏହି ବିବାହ କରିଥିଲେ। ଏହି ସମୟରେ ଏମାନଙ୍କ ସହ ସେମାନଙ୍କର ବନ୍ଧୁବାନ୍ଧବ ଓ ସାଙ୍ଗସାଥୀ ମଧ୍ୟ ଉପସ୍ଥିତ ଥିଲେ।

ସିଏନ୍‌ଏନ୍‌ର ରିପୋର୍ଟ ଅନୁସାରେ, ଏହି ବିବାହ ଅକ୍ଟୋବର ୨୩ରେ ଅନୁଷ୍ଠିତ ହୋଇଥିଲା ଓ ବିବାହ ପାଇଁ ପରିବାର ଲୋକ Filipina Independiente Church ସ୍ଥାନ ସ୍ଥିର କରିଥିଲେ। ଚର୍ଚ୍ଚକୁ ଯିବାପାଇଁ ବାଟରେ ଲୁୟାଙ୍ଗ ନଦୀ ପଡ଼ିଥିଲା। ପ୍ରବଳ ବର୍ଷା ଯୋଗୁ ନଦୀରେ ଜଳସ୍ତର ଆହୁରି ବୃଦ୍ଧି ପାଇଥିଲା। ହେଲେ ଦୁଲ୍‌ହା-ଦୁଲ୍‌ହନଙ୍କ ସମେତ ସେମାନଙ୍କ ସାଙ୍ଗରେ ଥିବା ବନ୍ଧୁବାନ୍ଧବ ଓ ସାଙ୍ଗସାଥୀ ସମସ୍ତେ ଏହି ନଦୀ ପାର୍‌ ହୋଇ ଚର୍ଚ୍ଚରେ ପହଞ୍ଚିଥିଲେ। ସେଠାରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।

You might also like