ପୁଣି ଥରେ କରୋନା ଭାକ୍ସିନ୍ ପରୀକ୍ଷଣ ଆରମ୍ଭ କଲା ଅଷ୍ଟ୍ରେଜେନିକା

ୱାସିଂଟନ: ଆମେରିକାରେ ଅଷ୍ଟ୍ରେଜେନିକା ପୁଣି ଥରେ କରୋନା ଭାକ୍ସିନ୍ ପରୀକ୍ଷଣ ଆରମ୍ଭ କରିଛି। ୟୁଏସ୍ ନିୟାମକ ପକ୍ଷରୁ ଅନୁମୋଦନ ପରେ କରୋନା ଭାକ୍ସିନର ପରୀକ୍ଷଣ ଆରମ୍ଭ ହୋଇଥିବା କଂପାନି ପକ୍ଷରୁ କୁହାଯାଇଛି।

କଂପାନିର ୟୁକେ ପରୀକ୍ଷଣରେ ଅଂଶଗ୍ରହଣ କରିଥିବା ଜଣେ ସ୍ୱେଚ୍ଛାସେବୀ ଅସୁସ୍ଥ ହେବା ପରେ ସେପ୍ଟେମ୍ବର ୬ ତାରିଖରୁ ଭାକ୍ସିନର ୟୁଏସ୍ ଟ୍ରାଏଲ ବନ୍ଦ ରହିଥିଲା।

ଅଷ୍ଟ୍ରାଜେନିକା ପିଏଲସି ହେଉଛି ବ୍ରିଟିଶ ବହୁରାଷ୍ଟ୍ରୀୟ ଫାର୍ମାସିୟୁଟିକାଲ୍ ଏବଂ ବାୟୋଫାର୍ମାସ୍‌ୟୁଟିକାଲ୍ କଂପାନି, ଯାହାର କେମ୍ବ୍ରିଜ୍, ୟୁନାଇଟେଡ୍ କିଙ୍ଗଡମ୍ ଏବଂ ସ୍ୱିଡେନ୍‌ରେ ମୁଖ୍ୟାଳୟ ରହିଛି।

ସେପଟେ କରୋନା ଟିକା କୋଭାକ୍ସିନକୁ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଲାଗି ଅନୁମତି ମିଳିଛି। ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ଆଇସିଏମଆର ସହଯୋଗରେ ଏହି ଟିକା ପ୍ରସ୍ତୁତ କରୁଥିବା ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକକୁ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ଅନୁମତି ପ୍ରଦାନ କରିଛି ଡ୍ରଗ୍ସ କଣ୍ଟ୍ରୋଲର ଜେନରାଲ ଅଫ ଇଣ୍ଡିଆ ବା ଡିସିଜିଆଇ।

ଏ ନେଇ କମ୍ପାନୀ ଗତ ୨ ତାରିଖରେ DCGI ନିକଟରେ ଆବେଦନ କରିଥିଲା। କମ୍ପାନୀ ଦେଶର ୧୦ଟି ରାଜ୍ୟର ୧୯ଟି ସ୍ଥାନ  ଯଥା ଦିଲ୍ଲୀ, ମୁମ୍ବାଇ, ପାଟ୍‌ନା, ଲକ୍ଷ୍ନୌ ଆଦି ସ୍ଥାନରେ ପରୀକ୍ଷା କରାଯିବ।  ୧୮ ବର୍ଷରୁ ଅଧିକ ୨୮ ହଜାର ୫୦୦ ବ୍ୟକ୍ତିଙ୍କଠାରେ ଏହି ଟୀକାର ପରୀକ୍ଷଣ କରିବ ବୋଲି ଆବେଦନରେ ଦର୍ଶାଇଛି ।

You might also like