ଫାଇଜର ଟିକା ବ୍ୟବହାର ପାଇଁ ମିଳିଲା ଅନୁମତି

ୱାଶିଂଟନ: ଟିକାକରଣ ଉପରେ ଆଉ ପାଦେ ଆଗେଇଲା ଆମେରିକା। ଫାଇଜର ଟିକାର ବ୍ୟବହାର ପାଇଁ ଆମେରିକା ପକ୍ଷରୁ ଜରୁରୀକାଳୀନ ଅନୁମୋଦନ ଦିଆଯାଇଛି। ବୈଜ୍ଞାନିକ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଆମେରିକାର ଏକ ବିଶେଷଜ୍ଞ କମିଟି ଏହାକୁ ଅନୁମତି ଦେଇଛନ୍ତି।

ଆମେରିକା ଫୁଡ୍ ଏଣ୍ଡ ଡ୍ରଗ୍ ଆଡମିନଷ୍ଟ୍ରେସନ FDAର ୧୭ ଜଣ ବିଶେଷଜ୍ଞ ଫାଇଜର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିବା ବେଳେ ୪ଜଣ ଏହାକୁ ବିରୋଧ କରିଥିଲେ। ଜଣେ ସଦସ୍ୟ ଅନୁପସ୍ଥିତ ଥିଲେ। ବ୍ରିଟେନ, କାନାଡା, ବାହାରିନ, ସାଉଦି ଆରବ ପକ୍ଷରୁ ଫାଇଜର ଟିକାର ଜରୁରୀକାଳୀନ ଅନୁମୋଦନ ଦିଆଯାଇଛି । ବିଶ୍ୱର ପ୍ରଥମ ଟିକା ଭାବେ ଫାଇଜର ପକ୍ଷରୁ ବଡ ଧରଣର ତୃତୀୟ ପର୍ଯ୍ୟାୟ କ୍ଲନିକାଲ ଟ୍ରାଏଲ କରାଯାଇଛି।

You might also like