ଭାରତରେ ସେତେଟା କାମ କରିନପାରେ ଫାଇଜର ଟିକା

ନୂଆଦିଲ୍ଲୀ: ଭାରତରେ ଠାବ ହୋଇଥିବା କରୋନା ଭାଇରସର ଡେଲଟା ଭାରିଆଣ୍ଟ ବିରୋଧରେ ସେତେଟା କାମ କରୁନି। ଆମେରିକୀୟ କରୋନା ଟିକା ଫାଇଜର ଯେଉଁମାନଙ୍କଠାରେ କରୋନାର ଡେଲଟା ଭାରିଆଣ୍ଟ ଠାବ ହୋଇଛି, ସେମାନେ ଫାଇଜର ଟିକା ନେବା ପରେ ବି ସେମାନଙ୍କଠାରେ ମୂଳ ଭାରିଆଣ୍ଟ ତୁଳନାରେ ୫ ଗୁଣା କମ୍ ଆଣ୍ଟିବଡି ତିଆରି ହେଉଥିବା ଗବେଷଣାମୂଳକ ପତ୍ରିକା ଲାନସେଟରେ ପ୍ରକାଶିତ ସର୍ଭେରୁ ଜଣାପଡ଼ିଛି। ଫାଇଜରର ଟିକାର ଦୁଇଟି ଯାକ ଡୋଜ ନେଇଥିବା ବ୍ୟକ୍ତି କରୋନାର ମୂଳ ଭାଇରସ ତୁଳନାରେ ଡେଲଟା ଭାରିଆଣ୍ଟ କ୍ଷେତ୍ରରେ ଏଭଳି ଦୁର୍ବଳ ପ୍ରଦର୍ଶନ କରୁଥିବାରୁ ଆଗାମୀ ଦିନରେ ଟିକା ନିର୍ମାତା ଫାଇଜର ଓ ବାଇୟୋନ ଟେକ୍ କମ୍ପାନୀ ଏହାର ବୁଷ୍ଟର ଡୋଜ୍ ସମ୍ପର୍କରେ ଯୋଜନା କରୁଛି।

ଏହି ସର୍ଭେ ରିପୋର୍ଟ ଅନୁସାରେ କରୋନାର ମୂଳ ଭାରିଆଣ୍ଟ ବିରୋଧରେ ଫାଇଜର ଗୋଟିଏ ଡୋଜ୍ ଟିକା ୭୯ ପ୍ରତିଶତ ଲୋକଙ୍କଠାରେ ପରିମାଣାତ୍ମକ ଆଣ୍ଟିବଡ଼ି ତିଆରି କରିପାରୁଥିଲା। କିନ୍ତୁ ଆଲଫା ଭାରିଆଣ୍ଟ କ୍ଷେତ୍ରରେ ଏହା ମାତ୍ର ୫୦ ପ୍ରତିଶତ, ଡେଲଟା କ୍ଷେତ୍ରରେ ୩୨ ପ୍ରତିଶତ ଏବଂ ବେଟା ଭାରିଆଣ୍ଟ କ୍ଷେତ୍ରରେ ୨୫ ପ୍ରତିଶତ ଆଣ୍ଟିବଡ଼ି ତିଆରି କରିପାରୁଛି। ସେହିଭଳି ବୟସ ବଢ଼ିବା ତୁଳନାରେ ଆଣ୍ଟିବଡ଼ିର ପରିମାଣ କମି କମି ଯାଉଥିବା ଅନୁଧ୍ୟାନରୁ ଜଣାପଡ଼ିଛି।

You might also like