ଜୁଲାଇ ବେଳକୁ ଭାରତରେ ମିଳିପାରେ ଫାଇଜର

ନୂଆଦିଲ୍ଲୀ: ଜୁଲାଇ ବେଳକୁ ଭାରତରେ ମିଳିପାରେ ଫାଇଜର ଟିକା। ଆମେ ଫାଇଜର ସହ ଯୋଗାଯୋଗରେ ଅଛୁ ବୋଲି ନିତି ଆୟୋଗ ସଦସ୍ୟ ଭିକେ ପଲ୍ କହିଛନ୍ତି। ଫାଇଜର ଆମଠାରୁ କଣ ଆଶା କରୁଛି ସେନେଇ ଆଲୋଚନା ଚାଲିଛି। ଆମେ ତାଠାରୁ କଣ ଆଶା ରଖିଛୁ, ସେନେଇ ଆଲୋଚନା ଚାଲିଛି। ଭାରତ ପାଇଁ ଲାଇସେନ୍ସ ପାଇବାକୁ ଫାଇଜର ଆବେଦନ କରିବ। ଆବେଦନ କରିବା ପରେ ବିଚାରକୁ ନିଆଯାଇ ମଂଜୁରୀ ବ୍ୟବସ୍ଥା କରାଯିବ।

ସେହିପରି ଟିକା ନେଇ ଥିବା ସଂଶୟ ଦୂର କରିଛନ୍ତି ଭିକେ ପଲ୍। ତାଙ୍କ କହିବାନୁସାରେ ପ୍ରଥମ ଡୋଜ୍ ଏବଂ ୨ୟ ଡୋଜ୍ ଟିକା ଗୋଟିଏ କଂପାନିର ହେବା ଜରୁରୀ। ପ୍ରୋଟୋକଲ ଅନୁଯାୟୀ ଯେଉଁ ଟିକା ପ୍ରଥମ ଡୋଜ୍, ସେହି ଟିକା ୨ୟ ଡୋଜ୍ ହେବା ଦରକାର। ସେହି ଅନୁସାରେ ଏବେ ଟିକା ଦିଆ ହେଉଛି, ତାହା ଚାଲୁ ରହିବ ବୋଲି ପଲ୍ କହିଛନ୍ତି।

You might also like