ଫାଇଜର-ବାୟୋଟେକ୍ ପିଲାମାନଙ୍କୁ ଟିକା ପାଇଁ ଅନୁମୋଦନ ମାଗିଲେ

ନୂଆଦିଲ୍ଲୀ: କରୋନା ଭାଇରସର ଦ୍ଵିତୀୟ ଲହରରେ ସବୁ ବୟସର ଲୋକମାନେ ସଂକ୍ରମିତ ହେଉଛନ୍ତି। କିନ୍ତୁ ଏହି ମହାମାରୀକୁ ଶେଷ କରିବା ପାଇଁ ସୃଷ୍ଟି ହୋଇଥିବା ଟିକା କେବଳ ବୟସ୍କମାନଙ୍କୁ ଦିଆଯାଉଛି। ତେବେ ଏହି ମାରାତ୍ମକ ରୋଗରୁ ରକ୍ଷା ପାଇବା ପାଇଁ ଖୁବ ଶୀଘ୍ର ପିଲାମାନଙ୍କ ପାଇଁ ଟିକା ଆସିବ। ଫାଇଜର ଓ ବାୟୋନେଟିକ ପିଲାମାନଙ୍କ ପାଇଁ ଟିକାର ଅନୁମୋଦନ ଲୋଡିଛନ୍ତି। ୧୨ ରୁ ୧୫ ବର୍ଷ ବୟସର ପିଲାମାନଙ୍କ ପାଇଁ କମ୍ପାନୀର କରୋନା ଭାଇରସ୍ ଟିକା ଅନୁମୋଦନ କରିବାକୁ ଫାଇଜର ଏବଂ ବାୟୋଟେକ୍ ୟୁରୋପୀୟ ଔଷଧ ନିୟନ୍ତ୍ରକମାନଙ୍କୁ ଅନୁରୋଧ କରିଛନ୍ତି।

ଦୁଇ କମ୍ପାନୀ ଦ୍ଵାରା ଶୁକ୍ରବାର ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ ୟୁରୋପୀୟ ମେଡିସିନ୍ ଏଜେନ୍ସିରେ ସେମାନଙ୍କର ଆବେଦନ ୨୦୦୦ ରୁ ଅଧିକ କିଶୋରଙ୍କ ଉପରେ କରାଯାଇଥିବା ଏକ ଉନ୍ନତ ଅଧ୍ୟୟନ ଉପରେ ଆଧାରିତ। ଏଥିରେ ଏହି ଟିକା ସୁରକ୍ଷିତ ଏବଂ ପ୍ରଭାବଶାଳୀ ବୋଲି ଜଣାପଡିଛି। ଦୀର୍ଘ ଦୁଇ ବର୍ଷର ସୁରକ୍ଷା ପାଇଁ ପିଲାମାନଙ୍କୁ ତଦାରଖ କରାଯିବ।

ଫାଇଜର ଓ ବାୟୋଟେକ୍ ଏହା ପୂର୍ବରୁ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନକୁ ୧୨-୧୫ ବର୍ଷ ବୟସର ପିଲାମାନଙ୍କୁ ଜରୁରୀକାଳୀନ ବ୍ୟବହାର ଅନୁମତି ବଢାଇବାକୁ ଅନୁରୋଧ କରିଥିଲେ। ଫାଇଜର ଓ ବାୟୋନେଟିକ ଦ୍ଵାରା ସୃଷ୍ଟି ହୋଇଥିବା କୋଭିଡ -୧୯ ଟିକା, ଗତ ଡିସେମ୍ବରରେ ଇଏମ୍ଏ ଦ୍ଵାରା ଅନୁମୋଦିତ ହୋଇଥିବା ପ୍ରଥମ ଟିକା ଥିଲା ଯାହା ୧୬ ବର୍ଷରୁ ଅଧିକ ବୟସ୍କ ତଥା ୨୭ ଦେଶର ୟୁରୋପୀୟ ୟୁନିଅନରେ ଲାଇସେନ୍ସପ୍ରାପ୍ତ ଥିଲା।

ପ୍ରକାଶ ଥାଉକି କେବଳ ଫାଇଜର ଓ ବାୟୋନେଟିକ ନୁହେଁ, ବରଂ ଅଧା ଡଜନରୁ ଅଧିକ କମ୍ପାନୀ ବଜାରରେ ପିଲାମାନଙ୍କ ପାଇଁ କରୋନା ଭାଇରସ୍ ଟିକା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି। କମ୍ପାନୀଗୁଡିକ ଦାବି କରିଛନ୍ତି ଯେ ଖୁବ୍ ଶୀଘ୍ର କରୋନା ଟିକା ବଜାରରେ ଛଅ ମାସର ଶିଶୁ ପାଇଁ ମଧ୍ୟ ଉପଲବ୍ଧ ହେବ।

You might also like