ଛୋଟ ପିଲାଙ୍କ ପାଇଁ କରୋନା ଟିକା: ୧୨ ବର୍ଷ ପିଲାଙ୍କ ପାଖରେ ଆରମ୍ଭ ହେଲା ପରୀକ୍ଷଣ

ୱାଶିଂଟନ: ପିଲାଙ୍କ ପାଇଁ ପ୍ରସ୍ତୁତ ହେଉଛି କରୋନା ଟିକା।  ଭାକ୍ସିନ ନିର୍ମାତା କମ୍ପାନୀ ଫାଇଜର (Pfizer) ୧୨ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଖରେ କରୋନା ଭାକ୍ସିନର କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିଛି। ଏ ନେଇ ଫାଇଜର ପକ୍ଷରୁ ସ୍ପଷ୍ଟ କରାଯାଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି, ‘ଆମର ସହଯୋଗୀ କମ୍ପାନୀ ବୟୋଏନଟେକ୍‌ ସହ ମିଶି ଆମେ ଫାଇଜର-ବାୟୋଏନଟେକ୍‌ କୋଭିଡ ଭାକ୍ସିନର ସୁରକ୍ଷା, ସହନଶୀଳତା ତଥା ଇମ୍ୟୁନୋଜେନେସିଟିର ମୂଲ୍ୟାୟନ କରିବା ପାଇଁ ପ୍ରଥମେ ସୁସ୍ଥ ପିଲାଙ୍କୁ ଏହି ଟିକା ଦେଇଛୁ।’

କମ୍ପାନୀ ପକ୍ଷରୁ କୁହାଯାଇଛି, ଆମେ କରୋନା ଭାକ୍ସିନର ପରୀକ୍ଷଣ ଆରମ୍ଭ କରିଥିବାରୁ ଖୁସି ଅନୁଭବ କରୁଛୁ। ଛୋଟ ପିଲା ଏବଂ ସେମାନଙ୍କ ପରିବାର ଲୋକେ ଉତ୍କଣ୍ଠାର ସହ ଭାକ୍ସିନକୁ ଅପେକ୍ଷା କରିଛନ୍ତି। କମ୍ପାନୀ ଏହି ବର୍ଗର ପିଲାମାନଙ୍କ ପାଖରେ ଉପଯୋଗ କରିବା ପାଇଁ ଅଲଗା ଅଲଗା ତିନୋଟି ପର୍ଯ୍ୟାୟରେ ପରୀକ୍ଷା କରୁଛି।

କମ୍ପାନୀ ପ୍ରଥମେ ୧୨ରୁ ୧୫ ବର୍ଷ ପିଲାମାନଙ୍କ ଶରୀରରେ କରୋନା ଭାକ୍ସନ ଡୋଜ୍‌ ଟ୍ରାଏଲ କରିଛି। ଆମେରିକାର ଏହି ଜରୁରୀକାଳୀନ ସ୍ଥିତିରେ ୧୬ ବର୍ଷ ଏବଂ ତା’ଠାରୁ ଅଧିକ ବୟସର ଲୋକଙ୍କୁ ସାମିଲ କରାଯାଇଛି। ଫାଇଜର, ମାଡର୍ନ ଏବଂ ଆଷ୍ଟ୍ରାଜେନେକା ମଧ୍ୟ ଛୋଟ ପିଲାଙ୍କ ପାଖରେ ଭାକ୍ସିନ ପରୀକ୍ଷଣ ଆରମ୍ଭ କରିଛି। ସେହିପରି ଜନସନ ଆଣ୍ଡ ଜନସନ କମ୍ପାନୀ ଏବେ ଏହା ଉପରେ କାମ ଆରମ୍ଭ କରିବା ପାଇଁ ବିଚାର କରୁଛି।

ସାଧାରଣତଃ ଏହି ରୋଗକୁ ନେଇ ବିପଦ ପିଲାମାନଙ୍କ ପାଖରେ ବେଶି ରହିଛି। ବୟସ୍କଙ୍କ ତୁଳନାରେ ଭାଇରସ ସଂକ୍ରମଣ କରିବାର ସମ୍ଭାବନା ପିଲାଙ୍କ ପାଖରେ କମ୍‌ ଥାଏ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହି ଆୟୁବର୍ଗର ପିଲାଙ୍କୁ କରୋନା ଟିକା ଯୋଗାଇ ଦେବା ଖୁବ୍‌ ଜାରୁରି ଅଟେ। ଫାଇଜର ପ୍ରବକ୍ତା ଶେରୋନ କେଷ୍ଟିଲୋଙ୍କ କହିବା ଅନୁଯାୟୀ,  ୨୦୨୧ର ଆସନ୍ତା ୬ ମାସ ମଧ୍ୟରେ ଏହି ପରୀକ୍ଷଣର ଡାଟା ମିଳିଯିବା ସମ୍ଭାବନା ରହିଛି।

You might also like