ବଢିଲା ପେଟ୍ରୋଲ ଦର

ନୂଆଦିଲ୍ଲୀ: ଗତକିଛି ଦିନ ଧରି ପେଟ୍ରୋଲ ଦର ସ୍ଥିର ରହିବା ପରେ ପୁଣି ବଢିବା ଆରମ୍ଭ କରିଛି। ଗତ ୩ ଦିନ ଧରି ବୃଦ୍ଧି ପାଉଛି ପେଟ୍ରୋଲ ଦର। ଆଜି ୨ୟ ଦିନରେ ଅର୍ଥାତ୍‌ ମଙ୍ଗଳବାର ପେଟ୍ରୋଲ ଦର ରାଜଧାନୀ ଦିଲ୍ଲୀରେ ୧୭ ପଇସା ବୃଦ୍ଧି ପାଇଛି।

ସୋମବାର ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ଦିଲ୍ଲୀରେ ୧୭ ପଇସା, ମୁମ୍ବଇରେ ୧୪ ପଇସା, କୋଲକାତାରେ ୧୩ ପଇସର ଏବଂ ଚେନ୍ନାଇରେ ୧୨ ପଇସା ମହଙ୍ଗା ହୋଇଛି। ତେବେ ଡିଜେଲ ଦର ଗତ ୧୭ ଦିନ ଧରି ସ୍ଥିର ରହିଛି।

ଇଣ୍ଡିଆନ ଅଏଲ ୱେବସାଇଟ୍‌ ଅନୁସାରେ ଦିଲ୍ଲୀ, କୋଲକାତା, ମୁମ୍ବାଇ, ଚେନ୍ନାଇରେ ପେଟ୍ରୋଲ ଦର ବୃଦ୍ଧି ପାଇ ସୋମବାର ଯଥାକ୍ରମେ ୮୦,୯୦ଟଙ୍କା, ୮୨.୪୩ ଟଙ୍କା, ୮୭.୫୮ଟଙ୍କା ଏବଂ ୮୩.୯୯ ଟଙ୍କା ରହିଥିଲା। ତେବେ ଏହି ୪ ମହାନଗରରେ ଡିଜେଲ ଦର ସ୍ଥିର ଥିଲା।

You might also like