ବଢିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: କ୍ରମାଗତ ୩ ୟ ଦିନ ପାଇଁ ପୁଣି ବୃଦ୍ଧି ପାଇଲା ପେଟ୍ରୋଲ, ଡିଜେଲ ଦର। ମଙ୍ଗଳବାର ବର୍ଦ୍ଧିତ ଦର ଘୋଷଣା କରାଯାଇଛି। ଗତ ତିନି ଦିନ ଭିତରେ ପେଟ୍ରୋଲ ୧.୭୪ ଟଙ୍କା ଏବଂ ଡିଜେଲ୍ ୧.୭୮ ଟଙ୍କା ବୃଦ୍ଧି ପାଇଛି।  ଦର ବୃଦ୍ଧି ପରେ ଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୫୪ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ୫୮ ପଇସା ବୃଦ୍ଧି ଘଟିଛି। ବର୍ଦ୍ଧିତ ଦର ଆଜି ସକାଳ ୬ଟାରୁ ଲାଗୁ ହୋଇଛି।

ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପ୍ରତି ୭୨.୪୬ ଟଙ୍କାରୁ ୭୩ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ  ଡିଜେଲ ଦର ଲିଟର ପିଛି ୭୦.୫୯ରୁ ୭୧.୧୭କୁ ବୃଦ୍ଧି ପାଇଛି। ସେହପରି କୋଲକାତାରେ ପେଟ୍ରୋଲ ଲିଟର ପିଛା ଦର ୭୪.୯୮ ପଇସା ହୋଇଥିବାବେଳେ ଡିଜେଲ ଲିଟର ପିଛା ୬୭.୨୩ ପଇସା ହୋଇଛି।

ମୁମ୍ବାଇରେ ପେଟ୍ରୋଲ ୮୦.୦୧ ଏବଂ ଡିଜେଲ ୬୯.୯୨, ଚେନ୍ନାଇରେ ପେଟ୍ରୋଲ ୭୭.୦୮ ଏବଂ ଡିଜେଲ ଲିଟର ପିଛି ୬୯.୭୪ ପଇସାକୁ ବୃଦ୍ଧି ପାଇଛି।

ସୂଚନାଥାଉ କି, ଅନ୍ତର୍ଜାତୀୟ ସ୍ତରରେ ଅଶୋଧିକ ତୈଳ ଦର ବୃଦ୍ଧି ପାଇଛି। ଯାହାଫଳରେ ପେଟ୍ରୋଲ ଓ ଡିଜେଲ୍ ମହଙ୍ଗା ହୋଇଛି।

You might also like