ଆକାଶ ଛୁଆଁ ପେଟ୍ରୋଲ ଦର; ଟପିଲା ୯୦ଟଙ୍କା

ନୁଆଦିଲ୍ଲୀ: ପୁଣି ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ ହୋଇଛି। ମହାରାଷ୍ଟ୍ରର କିଛି ସହରରେ ପେଟ୍ରୋଲ ଦର ଲିଟର ପ୍ରତି ୯୧ଟଙ୍କାରେ ପହଞ୍ଚି ଥିବାବେଳେ ମୁମ୍ବାଇରେ ୯୦ଟଙ୍କାରେ ପହଞ୍ଚିଥିବା ଜଣାପଡ଼ିଛି।

ଦେଶର ୪ଟି ସହରରେ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହୋଇଛି। ଆଜି ଦିଲ୍ଲୀରେ ପେଟ୍ରୋଲ ପ୍ରତି ଲିଟର ପିଛା ୮୨ ଟଙ୍କା ୭୨ ପଇସା ଏବଂ ଡିଜେଲ ୭୪ ଟଙ୍କା ୨ ପଇସାରେ ପହଞ୍ଚିଛି। ସେହିପରି ମୁମ୍ବାଇରେ ପ୍ରତି ଲିଟର ପେଟ୍ରୋଲ ୯୦ ଟଙ୍କା ୮ ପଇସା ଥିବାବେଳେ ଡିଜେଲ ୭୮ ଟଙ୍କା ୫୮ ପଇସାରେ ପହଞ୍ଚିଛି।

ଜାଣନ୍ତୁ କେଉଁ ସହରରେ ପେଟ୍ରୋଲ ଦର ବଢ଼ି କେତେ ହୋଇଛି।

ମୁମ୍ବାଇ- ଲିଟର ପ୍ରତି ପେଟ୍ରୋଲ ୧୧ ପଇସା ବୃଦ୍ଧି ପାଇ ୯୦.୦୮ ଟଙ୍କା ଏବଂ ଡିଜେଲ ୫ ପଇସା ବୃଦ୍ଧି ପାଇ ୭୮.୫୫ ପଇସାରେ ପହଞ୍ଚିଛି ।

ଦିଲ୍ଲୀ- ଲିଟର ପ୍ରତି ୧୧ ପଇସା ବୃଦ୍ଧି ପାଇ ୮୨.୭୨ ଟଙ୍କା ଏବଂ ଡିଜେଲ ୫ ପଇସା ବୃଦ୍ଧି ପାଇ ୭୪.୦୨ ପଇସାରେ ପହଞ୍ଚିଛି ହୋଇଛି।

କୋଲକାତା- ପେଟ୍ରୋଲ ଲିଟର ପିଛା ୮୪.୫୪ ପଇସା ଏବଂ ଡିଜେଲ ୭୫.୮୪ ପଇସା ଅଛି।

ଚେନ୍ନାଇ-  ପେଟ୍ରୋଲ ଲିଟର ପିଛା ୧୨ ପଇସା ବୃଦ୍ଧି ପାଇ ୮୫.୯୯ ପଇସା ଏବଂ ଡିଜେଲ ୬ ପଇସା ବୃଦ୍ଧି ପାଇ ୭୮.୨୬ ପଇସାରେ ପହଞ୍ଚିଛି।

ତେବେ ଭୁବନେଶ୍ୱରରେ ପେଟ୍ରୋଲ ଦର ୮୧ଟଙ୍କା ୫୯ ପଇସା ଥିବା ବେଳେ ଡିଜେଲ ଦର ୭୯ଟଙ୍କା ୪୮ ପଇସା ରହିଛି।

 

 

You might also like