ରେକର୍ଡ଼ ଛୁଇଁଲା ତୈଳ ଦର : ବିଭିନ୍ନ ସହରରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୧୦୦ ଟପିଲା

ନୂଆଦିଲ୍ଲୀ : ତେଲ ଦରରେ ନିଆଁ। ଗତ ଏକ ସପ୍ତାହ ଧରି ପେଟ୍ରୋଲ, ଡିଜେଲ ମୂଲ୍ୟ କ୍ରମାଗତ ବୃଦ୍ଧି ପାଉଛି । ବାରମ୍ବାର ତୈଳଦର ବୃଦ୍ଧି ଯୋଗୁ ଖାଉଟି ଉପରେ ଏହାର ପ୍ରଭାବ ପଡ଼ିଛି। ତେବେ ଆଜି  ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଦେଶର ଅନେକ ସହରରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଛି। ସରକାରୀ ତୈଳ କମ୍ପାନୀଗୁଡିକ ଦ୍ୱାରା ଜାରି ହୋଇଥିବା ନୂଆ ମୂଲ୍ୟ ହେତୁ ପେଟ୍ରୋଲ ଲିଟର ପିଛା ଆଜି ୨୭ ପଇସା ଏବଂ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଛି । ସେପଟେ ଗତକାଲି ପେଟ୍ରୋଲର ଲିଟର ପିଛା ୨୬ ପଇସା ଏବଂ ଡିଜେଲର ଲିଟର ପିଛା ୩୩ ପଇସା ବୃଦ୍ଧି କରାଯାଇଥିଲା।

୪ ଟଙ୍କା ମହଙ୍ଗା ହୋଇପାରେ ପେଟ୍ରୋଲ

ଚାହିଦା ବୃଦ୍ଧି ହେବା ସହିତ ଅଶୋଧିତ ତୈଳ ମହଙ୍ଗା ହେବାରେ ଲାଗିଛି ବୋଲି କହିଛନ୍ତି ଆଇଆଇଏଫ୍ଏଲ୍ ସିକ୍ୟୁରିଟି ଉପାଧ୍ୟକ୍ଷ ଅନୁଜ ଗୁପ୍ତା । ଚଳିତ ମାସ ଶେଷ ସୁଦ୍ଧା ବ୍ରେଣ୍ଟ ଓଏଲ୍ ବ୍ୟାରେଲ ପିଛା ୭୫ ଡଲାରରେ ପହଞ୍ଚିପାରେ । ଆଉ ଏପରି ହେଲେ ଭାରତୀୟ ବଜାରରେ ପେଟ୍ରୋଲ ଦର ୩ ରୁ ୪ ଟଙ୍କା ମହଙ୍ଗା ହୋଇପାରେ ।

କେଉଁ ସହରରେ ପେଟ୍ରୋଲ ୧୦୦ ଟଙ୍କା ଲିଟରରୁ ଅଧିକ ରହିଛି ?

ଶ୍ରୀଗଙ୍ଗାନଗରରେ ପେଟ୍ରୋଲ ଲିଟର ପିଛା ୧୦୨.୭୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୫.୦୬ ଟଙ୍କା

ଅନୁପପୁରରେ ପେଟ୍ରୋଲ ଲିଟର ହେଉଛି ୧୦୨.୪୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୩.୦୬ ଟଙ୍କା

ରିୱାରେ ପେଟ୍ରୋଲ ଲିଟର ୧୦୨.୦୪ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୨.୭୩ ଟଙ୍କା

ପରଭଣୀ ରେ ପେଟ୍ରୋଲ ଲିଟର ୧୦୦.୫୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୦.୪୧ ଟଙ୍କା

ଇନ୍ଦୋରରେ ପେଟ୍ରୋଲ ଲିଟର ୯୯.୯୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୦.୭୭ ଟଙ୍କା

ଭୋପାଳରେ ପେଟ୍ରୋଲ ଲିଟର ୯୯.୮୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୦.୬୮ ଟଙ୍କା

ମହାନଗରରେ ପେଟ୍ରୋଲ, ଡିଜେଲ ମୂଲ୍ୟ 

ଦିଲ୍ଲୀରେ ପେଟ୍ରୋଲ ୯୧.୮୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୨.୩୬ ଟଙ୍କା

ମୁମ୍ବାଇରେ ପେଟ୍ରୋଲ ୯୮.୧୨ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୯.୪୮ ଟଙ୍କା

ଚେନ୍ନାଇରେ ପେଟ୍ରୋଲ ୯୩.୬୨ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୭.୨୫ ଟଙ୍କା

କୋଲକାତାରେ ପେଟ୍ରୋଲ ୯୧.୯୨ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୫.୨୦ ଟଙ୍କା

 

 

You might also like