୨ୟ ଦିନରେ ପୁଣି ବଢିଲା ତୈଳ ଦର

ନୂଆଦିଲ୍ଲୀ: ଦେଶରେ ୨ୟ ଦିନ ପାଇଁ ପୁଣି ବଢିଛି ତୈଳ ଦର । ପ୍ର୍ରାୟ ୬୬ ଦିନ ଧରି ସ୍ଥିର ରହିବା ପରେ ମଙ୍ଗଳବାର ପେଟ୍ରୋଲ ଦର ୧୫ ପଇସା ଏବଂ ଡିଜେଲ ଦର ୧୬ ପଇସା ବଢଥିଲା । ଆଜି ଅଏଲ ମାର୍କେଟିଂ କମ୍ପାନୀ ପେଟ୍ରୋଲ ଦର ୧୯ ପଇସା ଏବଂ ଡିଜେଲ ଦର ୨୧ ପଇସା ବୃଦ୍ଧି ପାଇଛି । ଅର୍ଥାତ ୨ ଦିନରେ ପେଟ୍ରୋଲ ୩୪ ପଇସା ଏବଂ ଡିଜେଲ ୩୭ ପଇସା ମହଙ୍ଗା ହୋଇଛି ।
ଆଜିର ତୈଳ ଦର ବୃଦ୍ଧି ପରେ ପେଟ୍ରୋଲ ଦର ଦିଲ୍ଲୀରେ ୯୦.୫୫ ଟଙ୍କାରୁ ବୃଦ୍ଧି ପାଇ ୯୦.୭୪ ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ ଦର ଲିଟର ପିଛା ୮୦.୯୧ ଟଙ୍କାରୁ ବୃଦ୍ଧି ପାଇ ୮୧.୧୨ରେ ପହଞ୍ଚିଛି ।
ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୯୬.୯୫ ଟଙ୍କାରୁ ବୃଦ୍ଧି ପାଇ ୯୭.୧୨ଟଙ୍କାରେ ପହଞ୍ଚିଛି । ଡିଜେଲ ଲିଟର ପିଛା ଦର ୮୭.୯୮ ଟଙ୍କାରୁ ବୃଦ୍ଧି ପାଇ ୮୫.୧୯ଟଙ୍କାରେ ପହଞ୍ଚିଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ଦର ୯୨.୫୫ରୁ ବୃଦ୍ଧି ପାଇ୯୨.୭୦ ଟଙ୍କାରେ ପହଞ୍ଚିଥିବାବେଳେ ଡିଜେଲ ୮୫.୯୦ରୁ ବୃଦ୍ଧି ପାଇ ୮୬.୦୯ରେ ପହଞ୍ଚିଛି । କୋଲକାତାରେ ପେଟ୍ରୋଲ ଦର ୯୦.୭୬ ଟଙ୍କାରୂୁ ବୃଦ୍ଧି ପାଇ ୯୦.୯୨ରେ ପହଞ୍ଚିଛି । ଡିଜେଲ ଦର ୮୩.୭୮ଟଙ୍କାରୁ ବୃଦ୍ଧି ପାଇ ୮୩.୯୮ଟଙ୍କାରେ ପହଞ୍ଚିଛି ।

 

You might also like