କମିଲା ପେଟ୍ରୋଲ୍‌ ଓ ଡିଜେଲ୍ ଦର

 

ନୂଆଦିଲ୍ଲୀ: ପୁଣି କମିଲା ଡିଜେଲ୍‌ ଓ ପେଟ୍ରୋଲ୍‌ ଦର। ଦେଶର ସବୁ ବଡ଼ ବଡ଼ ସହରରେ ଆଜିକୁ ଲଗାତାର ପଞ୍ଚମଥର ପାଇଁ ତେଲ ଦର କମିଛି। ପେଟ୍ରୋଲ୍‌ ଲିଟର ପିଛା୧୦ରୁ ୧୨ ପଇସା କମିଥିବା ବେଳେ ଜିଡେଲ୍‌୧୯-୨୦ ପଇସା କମିଛି।

ବଡ଼ ସହରରେ ପେଟ୍ରୋଲ୍ ଦର:

ତେଲ ଦର କମିବା ପରେ ଇଣ୍ଡିଆନ ଅଏଲ୍‌ କୋର୍ପୋରେସନ୍‌ର ୱେବ୍‌ସାଇଟ୍‌ ଅନୁସାରେ ଦିଲ୍ଲୀରେ ପେଟ୍ରୋଲ୍ ଦର ଲିଟର ପ୍ରତି ୭୪.୯୮ ଟଙ୍କା ଥିବା ବେଳେ ମୁମ୍ବାଇରେ ୮୦. ୫୮, ସେହିଭଳି କୋଲକାତାରେ ୭୭.୫୮, ଚେନ୍ନାଇରେ ୭୭.୮୯ ପଇସା ରହିଛି। ସେହିଭଳି ଦିଲ୍ଲୀରେ ଡିଜେଲ୍‌ ଲିଟର ପ୍ରତି ୬୮.୨୬ ପଇସା, ମୁମ୍ବାଇରେ ୭୧.୫୭, କୋଲକାତାରେ ୭୦.୬୨ ଏବଂ ଚେନ୍ନାଇରେ ୭୨.୧୩ ପଇସା ରହିଛି।

 

ସୂଚନା ଥାଉକି, ଗତ ୧୦ ଦିନ ଭିତରେ ପେଟ୍ରୋଲ୍ ଦର ୯୮ ପଇସା ସସ୍ତା ହୋଇଥିବା ବେଲେ ଡିଜେଲ୍‌ ଦର ୧.୮୫ ପଇସା କମିଛି।

You might also like