ପେଟ୍ରୋଲ, ଡିଜେଲ ଦର ହ୍ରାସ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଗ୍ରାହକଙ୍କୁ ଅାଶ୍ୱସ୍ତି । ପେଟ୍ରୋଲ, ଡିଜେଲ ଦର ହ୍ରାସ କଲେ କେନ୍ଦ୍ର ସରକାର । ଲିଟର ପିଛା ୨ ଟଙ୍କା ୫୦ ପଇସା ଶୁଳ୍କ ହ୍ରାସ। ଅାଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ।

ଏଥି ସହିତ ରାଜ୍ୟ ସରକାର ବି ଅଢ଼େଇ ଟଙ୍କା ହ୍ରାସ କରିବାକୁ ଅପିଲ୍ କରିଛନ୍ତି ଅର୍ଥମନ୍ତ୍ରୀ। ଭାଟ୍ ଅଢ଼େଇ ଟଙ୍କା କାଟିବାକୁ ରାଜ୍ୟକୁ ଅନୁରୋଧ କରିଛନ୍ତି ଜେଟଲୀ। ‘ରାଜ୍ୟ ଅଢ଼େଇ ଟଙ୍କା କାଟିଲେ ଗ୍ରାହକ ୫ ଟଙ୍କା ରିହାତି ପାଇବେ’।

You might also like