ରାଜଧାନୀରେ ପେଟ୍ରୋଲ ଦର ୯୦ ଟପିଲା
ନୂଆଦିଲ୍ଲୀ: ଦେଶବାସୀଙ୍କ ଚିନ୍ତା ବଢାଇଛି ତୈଳଦର ବୃଦ୍ଧି। ଲଗାତାର ୧୧ ଦିନ ଧରି ବଢି ଚାଲୁଥିବା ତେଲଦର ଆଜି ୯୦ ଟପିଛି। ଆଜି ରାଜଧାନୀ ଦିଲ୍ଲୀରେ ତେଲ ଦର ୯୦ ଟପିଛି। ଦିଲ୍ଲୀରେ ଆଜି ପେଟ୍ରୋଲ ଦର ଲିଟର ପିଛା ୩୧ରୁ ୩୩ ପଇସା ବୃଦ୍ଧି ପାଇଛି।
ତୈଳ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେଶନର କହିବା ଅନୁଯାୟୀ, ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୧ ପଇସା ବୃଦ୍ଧି ପାଇ ୯୦.୧୯ରେ ପହଞ୍ଚିଛି। ସେହିପରି ଡିଜେଲ ଲିଟର ପିଛା ଦର ୩୩ ପଇସା ବୃଦ୍ଧି ପାଇ ୮୦.୬୦ ପଇସାରେ ପହଞ୍ଚିଛି।
ଅନ୍ୟ ମହାନଗରୀ କଥା କହିବାକୁ ଗଲେ, ମୁମ୍ବାଇରେ ପେଟ୍ରୋଲ ପିଛା ଦର ୯୬ ଟଙ୍କା ଟପିଛି। ଏଠାରେ ପେଟ୍ରୋଲ ଲିଟର ପିଛା ୯୬.୬୨ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୮୭.୬୭ ଟଙ୍କାରେ ପହଞ୍ଚିଛି।
କୋଲକାତାରେ ପେଟ୍ରୋଲ ଦର ୯୧.୪୧ ଟଙ୍କା ଥିବାବେଳେ ଡିଜେଲ ଦର ୮୪.୧୯ ଟଙ୍କା ଛୁଇଁଛି। ତୈଳଦର ବୃଦ୍ଧି ପରେ ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୯୨ ଟଙ୍କା ଟପିଛି। ଏଠାରେ ପେଟ୍ରୋଲ ଦର ୯୨.୨୫ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ଦର ୮୫.୬୩ ଟଙ୍କା ରହିଛି।
ଅନ୍ୟପକ୍ଷେ ମଧ୍ୟପ୍ରଦେଶର ଅନୁପପୁରରେ ପେଟ୍ରୋଲ ଦର ଗୁରୁବାର ୧୦୦ ଟଙ୍କା ପାର କରିଛି। ଦେଶରେ ସବୁଠାରୁ ଅଧିକ ଭାଟ ରାଜସ୍ଥାନରୁ ଆଦାୟ କରାଯାଉଥିବାବେଳେ ଏହା ପଛରେ ରହିଛି ମଧ୍ୟ ପ୍ରଦେଶ। ଗତ ୧୭ ତାରିଖ ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ପେଟ୍ରୋଲ ଦର ୧୦୦ଟଙ୍କା ପାର୍ କରିଥିଲା । ଶ୍ରୀଗଙ୍ଗାନଗରରେ ଲିଟର ପିଛା ପେଟ୍ରୋଲ ଦର ୧୦୦ ଟଙ୍କା ୧୩ ପଇସା ହୋଇଥିବା ବେଳେ ୯୨ ଟଙ୍କା ୧୩ ପଇସା ଥିଲା।
ଅନ୍ୟାନ୍ୟ ଦାବି ସମେତ ତୈଳଦର ବୃଦ୍ଧି ପ୍ରତିବାଦରେ ଗତ ସୋମବାର ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ରାଜ୍ୟରେ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ଥିବାବେଳେ ଯାନବାହନ ଚଳାଚଳ ମଧ୍ୟ ବନ୍ଦ ଥିଲା। କଂଗ୍ରେସର ଏହି ୬ ଘଣ୍ଟିଆ ବନ୍ଦ ପାଳନ ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍ତେଜନା ଦେଖିବାକୁ ମିଳିଥିଲା।
ସୂଚନାଥାଉ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ତୈଳଦର ବୃଦ୍ଧି ପ୍ରସଙ୍ଗ ଉଠାଇ ପୂର୍ବବର୍ତ୍ତୀ ସରକାରଙ୍କୁ ସମାଲୋଚନା କରିଥିଲେ। ଦେଶର ମଧ୍ୟବିତ୍ତ ବର୍ଗର ଲୋକଙ୍କୁ ଏପରି କଠିନ ସମୟକୁ ସାମ୍ନା କରିବାକୁ ଆଜି ପଡ଼ି ନ ଥାନ୍ତା, ଯଦି ପୂର୍ବବର୍ତ୍ତୀ ସରକାର ତୈଳ ଆମ଼ଦାନୀ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱ ଦେଇଥାନ୍ତେ। ସେ କହିଥିଲେ, ୨୦୧୯-୨୦ ଭାରତ ନିଜର ଘରୋଇ ଆବଶ୍ୟକତା ପାଇଁ ୮୫ ପ୍ରତିଶତ ତେଲ ଏବଂ ୫୩ ପ୍ରତିଶତ ଗ୍ୟାସ ବାହାରୁ ଆମଦାନୀ କରୁଛି।
Petrol and diesel prices in Delhi stand at Rs 90.19 per litre (increase by 31 paise) and Rs 80.60 per litre (increase by 33 paise), respectively
(file photo) pic.twitter.com/UY34H7HdSy
— ANI (@ANI) February 19, 2021