ଡିଜେଲ ଓ ପେଟ୍ରୋଲ୍ ଦରରେ ରେକର୍ଡ ବୃଦ୍ଧି ‌

ନୂଆଦିଲ୍ଲୀ: ୧୩ ଦିନ ଧରି ଲଗାତର ମୂଲ୍ୟ ବୃଦ୍ଧି ଯୋଗୁ ଡିଜେଲ୍-ପେଟ୍ରୋଲ୍‌ ଦର ବୃଦ୍ଧି ଏବେ ରେକର୍ଡ କରିଛି। ଦିଲ୍ଲୀରେ ଡିଜେଲ୍ ମୂଲ୍ୟ ୭୭.୦୬ ଟଙ୍କା ବୃଦ୍ଧି ହୋଇଛି। ସେହିଭଳି ପେଟ୍ରୋଲ୍‌ ଦର ୧୯ ମାସରେ ସର୍ବାଧିକ ବୃଦ୍ଧି ହୋଇଛି। ତେବେ ପୂର୍ବରୁ ଡିଜେଲ୍‌ ମୂଲ୍ୟରେ ଏତେ ବୃଦ୍ଧି କେବେ ହୋଇ ନଥିଲା। ୧୬ ଅକ୍ଟୋବର ୨୦୧୮ରେ ଡିଜେଲ୍‌ ଦର ସର୍ବାଧିକ ୭୫.୬୯ ଟଙ୍କା ହୋଇଥିଲା। କିନ୍ତୁ ଏବେ ଦିଲ୍ଲୀରେ ଏହାର ଦର ୭୭.୦୬ ହୋଇଛି।

ଆଜି ପେଟ୍ରୋଲ୍ ଦରରେ ୫୬ ପଇସା ବୃଦ୍ଧି ହୋଇଥିବା ବେଳେ ଡିଜେଲ୍‌ ଲିଟର୍ ପ୍ରତି ୬୩ ପଇସା ବୃଦ୍ଧି ପାଇଛି। ଦୁଇ ସପ୍ତାହ ଭିତରେ ପେଟ୍ରୋଲ ଦର ୭.୧୧ ଟଙ୍କା ବୃଦ୍ଧି ହୋଇଥିବା ବେଳେ ଡିଜେଲ୍ ଦର ୭.୬୭ ବୃଦ୍ଧି ହୋଇଛି। ତେବେ ରାଜ୍ୟମାନଙ୍କ ଟ୍ୟାକ୍ସ ସହିତ ବିଭିନ୍ନ ରାଜ୍ୟରେ ତୈଳ ଦର ଭିନ୍ନ ଭିନ୍ନ ରହିବ।

 ଡିଜେଲ୍‌ ଦର ବୃଦ୍ଧି ପରେ ମୁଖ୍ୟ ସହରଗୁଡ଼ିକରେ କେତେ ବଢ଼ିଲା ତେଲ ଦର ?  

ଦିଲ୍ଲୀ – ପେଟ୍ରୋଲ୍‌ – ୭୮.୩୭ ଟ,  ଡିଜେଲ୍‌ ୭୭.୦୬ ଟ
ମୁମ୍ବାଇ – ପେଟ୍ରୋଲ୍ ‌- ୮୪.୬୬ ଟ,  ଡିଜେଲ୍ ୭୪.୯୩ ଟ
ଚେନ୍ନାଇ – ପେଟ୍ରୋଲ୍ – ୮୧.୩୨,  ଡିଜେଲ ୭୪.୨୩
ହାଇଦ୍ରାବ – ପେଟ୍ରୋଲ୍ – ୮୦.୭୭,  ଡିଜେଲ୍ ୭୪.୭୦
ବେଙ୍ଗାଲୁରୁ –  ପେଟ୍ରୋଲ୍ – ୮୦.୩୩,  ଡିଜେଲ୍ ୭୨.୬୮

 

 

You might also like