ଦୁଇ ଦିନ ପରେ ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

  • ଦୁଇ ଦିନ ପରେ ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର
  • ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପ୍ରତି ୧୯ ପଇସା ବୃଦ୍ଧି
  • ମୁମ୍ବାଇରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି
  • ଭୋପାଳରେ ପେଟ୍ରୋଲ ଲିଟର ପ୍ରତି ୧୦୧ ଟଙ୍କା ପଇସା
  • ମେ’ ରୁ ବର୍ତ୍ତମାନ ସୁଦ୍ଧା ଥର ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି

ନୂଆଦିଲ୍ଲୀ: ଦୁଇ ଦିନର ବ୍ୟବଧାନ ପରେ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି। ଇଣ୍ଡିଆନ ଅଏଲ କର୍ପୋରେସନ ଅନୁସାରେ, ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପ୍ରତି ୧୯ ପଇସା ବୃଦ୍ଧି ପାଇ ୯୨ ଟଙ୍କା ୮୫ ପଇସାରୁ ୯୩ ଟଙ୍କା ୦୪ ପଇସାରେ ପହଞ୍ଚିଛି। ସେହିପରି ଡିଜେଲ ୨୯ ପଇସା ବୃଦ୍ଧି ପାଇ ୮୩ ଟଙ୍କା ୫୧ ପଇସାରୁ ୮୩ ଟଙ୍କା ୮୦ ପଇସାରେ ପହଞ୍ଚିଛି।

ମୁମ୍ବାଇରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ହୋଇଛି ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପ୍ରତି ଟଙ୍କା ୩୨ ପଇସା ଓ ଡିଜେଲ ୯୧ ଟଙ୍କା ୦୧ ପଇସା ରହିଛି ଭୋପାଳରେ ପେଟ୍ରୋଲ ଲିଟର ପ୍ରତି ୧୦୧ ଟଙ୍କା ପଇସା ଓ ଡିଜେଲ ୯୨ ଟଙ୍କା ୨୧ ପଇସା ରହିଛି

ଦେଶର ବଡ଼ ସହରରେ ତୈଳ ଦର

ମେ’ ରୁ ବର୍ତ୍ତମାନ ସୁଦ୍ଧା ଥର ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି। ନିର୍ବାଚନ ପର ଠାରୁ ଲଗାତାର ଭାବେ ବୃଦ୍ଧି ପାଉଛି ତୈଳ ଦର। ୨୬ ଫେୃବୟାରୀରେ ନିର୍ବାଚନ କମିସନ୍ ପାଞ୍ଚ ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଥିଲେ। ଆଉ ତା’ପର ଠାରୁ ମେ ୨ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନଥିଲା ବରଂ ଏହି ସମୟ ମଧ୍ୟରେ ପେଟ୍ରୋଲ ଦରରେ ହ୍ରାସ ଦେଖିବାକୁ ମିଳିଥିଲା। କିନ୍ତୁ ମେ ୨ ରେ ନିର୍ବାଚନ ଫଳାଫଳ ଆସିବା ପରଠାରୁ ତଥା ମେ ୪ ତାରିଖରୁ ଲଗାତାର ପେଟ୍ରୋଲ ଦର ବୃଦ୍ଧି ପାଇବାରେ ଲାଗିଛି।

You might also like