୧୫ ଦିନ ପରେ କମିଲା ପେଟ୍ରୋଲ, ଡିଜେଲ ଦର

  • ଲଗାତାର ୧୫ ଦିନ ସ୍ଥିର ରହିବା ପରେ କମିଲା ପେଟ୍ରୋଲ ଓ ଡିଜେଲ ଦର
  • ପେଟ୍ରୋଲ ଲିଟର ପିଛା ୧୬ ପଇସା ଓ ଡିଜେଲ ୧୪ ପଇସା କମିଛି
  • ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ୫୬ ପଇସା ରହିଛି

ନୂଆଦିଲ୍ଲୀ: ଲଗାତାର ୧୫ ଦିନ ସ୍ଥିର ରହିବା ପରେ ଆଜି ପେଟ୍ରୋଲ ଓ ଡିଜେଲ ଦର କମିଛି। ଆଜି ପେଟ୍ରୋଲ ଲିଟର ପିଛା ୧୬ ପଇସା ଓ ଡିଜେଲ ୧୪ ପଇସା କମିଛି। ଏହାପୂର୍ବରୁ ଗତ ମାର୍ଚ୍ଚ ୩୦ରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଥିଲା। ଏହାପରେ ଲଗାତାର ଭାବେ ତୈଳ ଦର ସ୍ଥିର ରହିଥିଲା।

ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ର ସୂଚନା ଅନୁସାରେ, ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ୫୬ ପଇସାରୁ ହ୍ରାସ ପାଇ ୯୦ ଟଙ୍କା ୪୦ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୮୦ ଟଙ୍କା ୮୭ ପଇସାରୁ ହ୍ରାସ ପାଇ ୮୦ ଟଙ୍କା ୭୩ ପଇସା ହୋଇଛି।

ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୮୩ ପଇସା ଥିବାବେଳେ ଡିଜେଲ ୮୭ ଟଙ୍କା ୮୧ ପଇସା ରହିଛି। ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୯୨ ଟଙ୍କା ୪୩ ପଇସା, ଡିଜେଲ ୮୫ ଟଙ୍କା ୭୫ ପଇସା ଥିବାବେଳେ କୋଲକାତାରେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା‌ ୬୨ ପଇସା ଓ ଡିଜେଲ ୮୩ ଟଙ୍କା ୬୧ ପଇସା ରହିଛି।

ଗତ ମାସରେ ୩ ଥର ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଥିଲା। ଗତ ମାର୍ଚ୍ଚ ୩୦ରେ ପେଟ୍ରୋଲ ଲିଟର ପିଛା ୨୨ ପଇସା ଓ ଡିଜେଲ ୨୩ ପଇସା କମିଥିଲା। ଏହା ପୂର୍ବରୁ ମାର୍ଚ୍ଚ ୨୪ ଓ ୨୫ରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଥିଲା। ଏହି ୨ ଦିନରେ ପେଟ୍ରୋଲ ଓ ଡିଜେଲ ଦରରେ ହ୍ରାସ ଯୋଗୁ ଦିଲ୍ଲୀରେ ପେଟ୍ରୋଲ ୩୯ ପଇସା ଓ ଡିଜେଲ ୩୭ ପଇସା କମିଥିଲା।

ଗତ ଫେବ୍ରୁଆରୀ ୧୦ରୁ ୨୬ ମଧ୍ୟରେ ଘରୋଇ ତୈଳ କମ୍ପାନୀ ଗୁଡିକ ପେଟ୍ରୋଲ, ଡିଜେଲ ଦର ପାଖାପାଖି ୪ରୁ ୫ ଟଙ୍କା ଲିଟର ପିଛା ବୃଦ୍ଧି କରିଥିଲେ। ଏହା ପରେ ଅଶୋଧିତ ତୈଳ ଦର ୮ ଡଲାର ବଢିଥିଲେ ହେଁ ଫେବ୍ରୁଆରୀ ୨୭ ତାରିଖରେ ତୈଳ ଦର ସାମାନ୍ୟ ବଢାଇଥିଲେ।  

ପ୍ରତିଦିନ ସକାଳ ୬ଟାରେ ପେଟ୍ରୋଲ, ଡିଜେଲ ଦରରେ ପରିବର୍ତ୍ତନ ଘଟେ। ପରିବର୍ତ୍ତିତ ଦର ସକାଳ ୬ଟାରୁ ହିଁ ଲାଗୁ କରାଯାଇଥାଏ।

You might also like