• translate
Prangyan Parimita

ତୈଳ ଦରରେ ଲାଗୁନି ଲଗାମ ।  ମହାମାରୀ ସଙ୍କଟ ମଧ୍ୟରେ ପୁଣି ଥରେ ବୃଦ୍ଧି ପାଇଲା ତେଲ ଦର । ପେଟ୍ରୋଲ ପରେ ଏବେ ଡିଜେଲ ଲିଟର ପିଛା ମୂଲ୍ୟ ୧୦୦ ଟପିବ । ପେଟ୍ରୋଲ, ଡିଜେଲ ମୂଲ୍ୟ ଏବେ ସୁଦ୍ଧା ସମସ୍ତ ରେକର୍ଡ ବ୍ରେକ୍ କରିସାରିଛି । ଦେଶରେ ୧୩୫ ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୧୦୦ ପାର କରିସାରିଛି । କେବଳ ଚଳିତ ବର୍ଷ କଥା କହିଲେ ପେଟ୍ରୋଲ ମୂଲ୍ୟ ଏବେ ସୁଦ୍ଧା ପାଖାପାଖି ୧୩ ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ଆଉ କିଛି ଦିନ ଭିତରେ ଡିଜେଲ ଲିଟର ୧୦୦ ପାର କରିବ ବୋଲି କୁହାଯାଉଛି । ବାରମ୍ବାର ତୈଳଦର ବୃଦ୍ଧି ଯୋଗୁ ଖାଉଟି ଉପରେ ଏହାର ପ୍ରଭାବ ପଡ଼ିଛି।

ଲଗାତାର ଦୁଇ ଦିନ ପରେ ଆଜି ପୁଣି ଥରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପାଇଛି । ପେଟ୍ରୋଲ ଲିଟର ପିଛା ୨୬ରୁ ୨୭ ପଇସା ମହଙ୍ଗା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୨୬ରୁ ୩୦ ପଇସା ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲ ୭୧ ଡଲାର ପ୍ରତି ଟ୍ରେଣ୍ଡ କରୁଥିବାରୁ,. ଆଗାମୀ ସମୟରେ ତେଲ ଦରରେ ପୁଣି ବୃଦ୍ଧି ଘଟିବାର ଆଶଙ୍କା ରହିଛି ।

ଦେଶରେ ବର୍ତ୍ତମାନ ରାଜସ୍ଥାନର ଗଙ୍ଗନଗରରେ ସର୍ବାଧିକ ରହିଛି ତୈଳ ଦର । ଗଙ୍ଗନଗରରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୧୦୫.୮୦ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ମୂଲ୍ୟ ରହିଛି ୯୮.୬୩ ଟଙ୍କା । ନିତି ପ୍ରତିଦିନ ତେଲ ଦରରେ ଏହି ପରି ବୃଦ୍ଧି ଦେଖିବାକୁ ମିଳିଲେ ଖୁବ ଶୀଘ୍ର ଡିଜେଲ ଲିଟର ୧୦୦ ଟଙ୍କା ପାର କରିବ । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୧ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୯୩ ଟଙ୍କାରେ ବିକ୍ରି ହେଉଛି ।

ମେ ମାସରେ ପେଟ୍ରୋଲ ଏବଂ ଡିଜେଲ ଦର ୧୬ ଥର ବୃଦ୍ଧି ହୋଇଥିଲା । ମେ ୪ ରୁ କ୍ରମାଗତ ୪ ଦିନ ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି ହୋଇଥିବାବେଳେ ନିର୍ବାଚନ ପାଇଁ ୧୮ ଦିନ ସ୍ଥିର ରହିଥିଲା ତୈଳ ଦର । ମେ ମାସରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୪.୦୯ ଟଙ୍କା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା ୪.୬୮ ଟଙ୍କା ବଢ଼ିଥିଲା ।

ନିଜ ସହରର ତେଳ ଦର କିପରି ଜାଣିବେ ?
ଇଣ୍ଡିଆନ୍ ଅଏଲ କପୋର୍ଟରେସନର www.iocl.com ୱେବସାଇଟ୍ ଯାଆନ୍ତୁ
ସେଠାରେ ‘Check Prices of Petrol & Diesel’ ଉପରେ କ୍ଲିକ୍ କରନ୍ତୁ
ଏହାପରେ ନିଜ ସହରର ଡିଲର କୋଡ ଚେକ୍ କରନ୍ତୁ
ଏବଂ ତା’ପରେ ‘RSP Dealer Code’ ଲେଖି 9224992249କୁ ମେସେଜ କରନ୍ତୁ

Other Stories