୪ ଦିନ ପରେ ପୁଣି କମିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ସରକାରୀ ତେଲ କମ୍ପାନୀ ୪ ଦିନ ପରେ ପୁଣି ଆଜି ତେଲ ଦାମ ହ୍ରାସ କରିଛନ୍ତି। ଆଜି ପେଟ୍ରୋଲ ୨୨ ପଇସା ଏବଂ ଡିଜେଲ ୨୩ ପଇସା ପ୍ରତି ଲିଟର ପିଛା ଶସ୍ତା ହୋଇଛି। ଏହି ଦର ହ୍ରାସ ପରେ ମଙ୍ଗଳବାର ପେଟ୍ରୋଲ ଦାମ ୯୦.୫୬ ଟଙ୍କା ହୋଇଥିବାବେଳେ ଡିଜେଲ ଦାମ ୮୦.୮୭ ଟଙ୍କା ରହିଛି।

ସେହିପରି ମୁମ୍ବାଇରେ ପେଟ୍ରୋଲ ଦାମ୍‌ ଲିଟର ପିଛା୯୬.୯୮ ଟଙ୍କା ଥିବାବେଳେ ଡିଜେଲ ଦାମ ୮୭. ୯୬ ଟଙ୍କା ରହିଛି। ସୂଚନାଥାଉ କି, ମାର୍ଚ୍ଚ ୨୪ ଏବଂ ୨୫ ତାରିଖ ତୈଳ ଦର ହ୍ରାସ ପାଇଥିଲା। ଏହି ଦୁଇ ଦିନରେ ପେଟ୍ରୋଲ ଦର  ଲିଟର ପିଛା ୩୯ ପଇସା ଏବଂ ଡିଜେଲ ଦର ୩୭ ପଇସା ରହିଛି।

ପ୍ରତିଦିନ ସକାଳ ୬ଟାରେ ପେଟ୍ରୋଲ, ଡିଜେଲ ଦରରେ ପରିବର୍ତ୍ତନ ଘଟେ। ପରିବର୍ତ୍ତିତ ଦର ସକାଳ ୬ଟାରୁ ହିଁ ଲାଗୁ କରାଯାଇଥାଏ। ବିଦେଶୀ ମୁଦ୍ରା ଦର ସହ ଅନ୍ତରାଷ୍ଟ୍ରିୟ ବଜାରରେ କ୍ରୁଡ୍‌ର ମୂଲ୍ୟକୁ ଦୃଷ୍ଟିରେ ରଖି ପ୍ରତିଦିନ ପେଟ୍ରୋଲ, ଡିଜେଲ ଦରରେ ପରିବର୍ତ୍ତନ କରାଯାଇଥାଏ।

ସେହି ଅନୁସାରେ ଫେବ୍ରୁଆରୀ ୧୦ରୁ ୨୬ ମଧ୍ୟରେ ଘରୋଇ ତୈଳ କମ୍ପାନୀ ଗୁଡିକ ପେଟ୍ରୋଲ, ଡିଜେଲ ଦର ପାଖାପାଖି ୪ରୁ ୫ଟଙ୍କା ଲିଟର ପିଛା ବୃଦ୍ଧି କରିଥିଲେ। ଏହା ପରେ  କ୍ରୁଡ ଦର ୮ ଡଲାର ବଢିଥିଲେ ହେଁ ଫେବ୍ରୁଆରୀ ୨୭ ତାରିଖରେ ତୈଳ ଦର ସାମାନ୍ୟ ବଢାଇଥିଲେ।  

You might also like