ପୁଣି ମହଙ୍ଗା ହେଲୋ ପେଟ୍ରୋଲ, ଡିଜେଲ : ମେ ମାସରେ ୧୬ ଦିନରେ ୯ ଥର ବଢ଼ିଲା ତେଲ ଦର

ନୂଆଦିଲ୍ଲୀ : ମହାମାରୀ ସଙ୍କଟ ମଧ୍ୟରେ ପୁଣି ଥରେ ବୃଦ୍ଧି ପାଇଲା ତେଲ ଦର । ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ୨୪ ପଇସା ଓ ଡିଜେଲ ଲିଟର ପିଛା ୨୭ ପଇସା ବୃଦ୍ଧି କରାଯାଇଛି । ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୯୨.୫୮ଥିବା ବେଳେ ଡିଜେଲ ଲିଟର ପିଛା ମୂଲ୍ୟ ରହିଛି ୮୩.୨୨ ଟଙ୍କା । ଆଜି ଦିନକୁ ମିଶାଇ ମେ ମାସର ୧୬ ଦିନରେ ମୋଟ ୯ ଥର ତେଲ ଦର ବୃଦ୍ଧି ପାଇଛି । ଗତକାଲି ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପରବର୍ତ୍ତନ ହୋଇନଥିଲା । ଅନ୍ୟପଟେ ଗତ ଶୁକ୍ରବାର(ମେ୧୪)ରେ ବୃଦ୍ଧି ପାଇଥିଲା ତେଲ ଦର । ସେଦିନ ରାଜଧାନୀରେ ପେଟ୍ରୋଲ ଲିଟର ପଛା ୯୨.୨୪ ଓ ଡିଜେଲ ଲିଟର ପିଛା ମୂଲ୍ୟ ୮୨.୯୫ ରହିଥିଲା ।

ଦେଶର ବଡ଼ ସହରରେ ତୈଳ ଦର
ସହର                    ପେଟ୍ରୋଲ (ଲିଟର ପିଛା)           ଡିଜେଲ (ଲିଟର ପିଛା)

ଦିଲ୍ଲୀ                              ୯୨.୫୮ ଟଙ୍କା                                ୮୩.୨୨ ଟଙ୍କା
ମୁମ୍ବାଇ                           ୯୮.୮୮ ଟଙ୍କା                               ୯୦.୪୦ ଟଙ୍କା
ଚେନ୍ନାଇ                         ୯୪.୩୧ ଟଙ୍କା                             ୮୮.୦୭ ଟଙ୍କା
କୋଲକାତା                      ୯୨.୬୭ ଟଙ୍କା                             ୮୬.୦୬ ଟଙ୍କା

ନିର୍ବାଚନ ପର ଠାରୁ ଲଗାତାର ଭାବେ ବୃଦ୍ଧି ପାଉଛି ତୈଳ ଦର । ୨୬ ଫେୃବୟାରୀରେ ନିର୍ବାଚନ କମିସନ୍ ପାଞ୍ଚ ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଥିଲେ । ଆଉ ତା’ପର ଠାରୁ ମେ ୨ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନଥିଲା ବରଂ ଏହି ସମୟ ମଧ୍ୟରେ ପେଟ୍ରୋଲ ଦରରେ ହ୍ରାସ ଦେଖିବାକୁ ମିଳିଥିଲା । କିନ୍ତୁ ମେ ୨ ରେ ନିର୍ବାଚନ ଫଳାଫଳ ଆସିବା ପରଠାରୁ ତଥା ମେ ୪ ତାରିଖରୁ ଲଗାତାର ପେଟ୍ରୋଲ ଦର ବୃଦ୍ଧି ପାଇବାରେ ଲାଗିଛି ।

ତେଣୁ ସାଧାରଣ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଦେଶରେ ତୈଳକୁ ଜିଏସଟି ଅଧୀନକୁ ଅଣାଯାଇନାହିଁ। ଯଦି ଏହାକୁ ଜିଏସଟି ଅନ୍ତର୍ଭୁକ୍ତ କରାଯାଆନ୍ତା ତେବେ ଦର କମନ୍ତା । କିନ୍ତୁ ବାରମ୍ବାର ଦାବି ପରେ ବି ବର୍ତ୍ତମାନ ସୁଦ୍ଧା ପେଟ୍ରୋଲ ଓ ଡିଜେଲ୍‌କୁ ଜିଏସଟି ଅଧୀନକୁ ଅଣାଯାଇନାହିଁ। ଗତ ବର୍ଷ ମେ ୫ ରେ କେନ୍ଦ୍ର ସରକାର ପେଟ୍ରୋଲ ଉପରେ ୧୦ ଟଙ୍କା ଓ ଡିଜେଲ ଉପରେ ୧୩ ଟଙ୍କା ଏକ୍ସାଇଜ ଡ୍ୟୁଟି ବୃଦ୍ଧିି କରିଥିଲେ ।

ନିଜ ସହରର ତେଳ ଦର କିପରି ଜାଣିବେ ?
ଇଣ୍ଡିଆନ୍ ଅଏଲ କପୋର୍ଟରେସନର www.iocl.com ୱେବସାଇଟ୍ ଯାଆନ୍ତୁ
ସେଠାରେ ‘Check Prices of Petrol & Diesel’ ଉପରେ କ୍ଲିକ୍ କରନ୍ତୁ
ଏହାପରେ ନିଜ ସହରର ଡିଲର କୋଡ ଚେକ୍ କରନ୍ତୁ
ଏବଂ ତା’ପରେ ‘RSP Dealer Code’ ଲେଖି 9224992249କୁ ମେସେଜ କରନ୍ତୁ

You might also like