ଏପ୍ରିଲ ଶେଷ ସୁଦ୍ଧା ୩ ଟଙ୍କା ବଢିବ ତୈଳ ଦର?

ବଢିବ ତୈଳ ଦର?

ନୂଆଦିଲ୍ଲୀ: ପୁଣି ଥରେ ବଢିବାକୁ ଯାଉଛି ପେଟ୍ରୋଲ ଓ ଡ଼ିଜେଲ୍‌ର ଦାମ। ଏହି ମାସ ଶେଷ ବେଳକୁ ୨ ରୁ ୩ ଟଙ୍କା ବଢିପାରେ ତୈଳ ଦର। ଜାତୀୟ ଗଣମାଧ୍ୟମରୁ ହସ୍ତଗତ ହୋଇଥିବା ସୂଚନା ଅନୁସାରେ, ଦେଶରେ ଚାଲିଥିବା ବିଧାନସଭା ନିର୍ବାଚନ ପରେ ଏହି ନୂଆ ଦର ଲାଗୁ ହେବ। ବର୍ତ୍ତମାନ ସମୟରେ ଦେଶର ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଥିଲା। ଆଉ ମାତ୍ର ଅଳ୍ପ ଦିନ ପରେ ଦେଶରେ ନିର୍ବାଚନ ସରିବାକୁ ଯାଉଛି। ବଙ୍ଗରେ ଆସନ୍ତା ୨୯ ତାରିଖରେ ନିର୍ବାଚନ ହେବାକୁ ଯାଉଛି ଯାହା କି ଶେଷ ପର୍ଯ୍ୟାୟ ନିର୍ବାଚନ ହେବ। ଆଉ ଏହାରି ମଧ୍ୟରେ ତୈଳ ଦର ମଧ୍ୟ ବୃଦ୍ଧି ହୋଇନାହିଁ ଅର୍ଥାତ୍‌ କହିବାକୁ ଗଲେ ତେଲ ଦର ସ୍ଥିର ରହିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦେଶରେ ପୁଣି ଥରେ ବଢିବ ତୈଳ ଦର।

ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପେଟ୍ରୋଲ ଓ ଡ଼ିଜେଲ ଦରରେ ପାଖାପାଖି ୨ ରୁ ୩ ଟଙ୍କା ବଢିବ। କିନ୍ତୁ ହଠାତ୍‌ ଏକା ସାଙ୍ଗରେ ତୈଳ ଦର ବଢିବ ନାହିଁ ବରଂ ଧୀରେ ଧୀରେ ଦାମ ବଢାଇବାକୁ ଯୋଜନା କରିଛନ୍ତି ତୈଳ କମ୍ପାନୀ। ଏଏନଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ ଫେବୃଆରୀ ୨୭ ତାରିଖରୁ ତେଲ ଦର ବଢାଇନାହାନ୍ତି ତୈଳ କମ୍ପାନୀ। ଆଉ ଏହାରି ମଧ୍ୟରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲରେ ୭୭ ପଇସା ଓ ଜିଜେଲ୍‌ରେ ୭୪ ପଇସା ହ୍ରାସ ହୋଇଛି। ତେବେ ପୁଣି ଥରେ ତୈଳ ଦର ବୃଦ୍ଧି ହେବା ଖବର ଆସିବାରୁ ଏବେ ଚିନ୍ତାରେ ଖାଉଠି।

କାରଣ ଯେଉଁ ସମୟରେ ତୈଳ ଦର ବୃଦ୍ଧି ହେଉଛି ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ, ଆଗାମୀ ଦିନରେ ତୈଳ ଦର କମିବ ବୋଲି କିନ୍ତୁ କମିବାରେ ନା ନେଉନାହିଁ ତେଲ ଦର ଓଲଟି ବଢିବାରେ ଲାଗିଛି। ସ୍ଥିତି ଏମିତି ହେଲାଣି ଯେ, ଆଉ କିଛି ଦିନ ମଧ୍ୟରେ ତେଲ ଲିଟ୍‌ର ପ୍ରତି ଦର ୧୦୦ ଛୁଇଁବ। ଆଉ ଏହି ସମୟରେ ତୈଳ ଦର ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି ତୈଳ କମ୍ପାନୀ। ହେଲେ କେବେ ଓ କେତେ ପରିମାଣରେ ବଢିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏଠାରେ କହିରଖୁଛୁ କି, ତୈଳ ଦର ବୃଦ୍ଧି ହେଉଥିବା କାରଣରୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ବଢୁଛି। ତେଣୁ ତୈଳ ଦର ବୃଦ୍ଧିକୁ ପ୍ରତ୍ୟାହର କରାଯିବାକୁ ସାଧାରଣରେ ଦାବି ହେଉଛି।

You might also like