ନିୟମ କୋହଳ କଲା ଆମେରିକା; ଚାକିରିକୁ ଫେରି ପାରିବେ H-1B ଭିସାଧାରୀ
ୱାଶିଂଟନ: ଆମେରିକାରେ ଚାକିରି କରୁଥିବା ଭାରତୀୟଙ୍କ ପାଇଁ ଖୁସି ଖବର। ଟ୍ରମ୍ପ ପ୍ରଶାସନ H-1B ଭିସାର ନିୟମରେ କିଛିଟା କୋହଳ କରିବେ ବୋଲି ଘୋଷଣା କରିଛନ୍ତି। ଫଳରେ ଏହି ଭିସା ପାଇଥିବା ବିଦେଶୀଙ୍କୁ ଆମେରିକା ଯିବାକୁ ଅନୁମତି ମିଳିପାରିବ। ଯେଉଁମାନେ ଅମେରିକୀ କମ୍ପାନୀରେ କାମ କରୁଥିଲେ ଏବଂ ଭିସା ବ୍ୟାନ ହେବା ପରେ ନିଜ ଦେଶକୁ ଫେରି ଯାଇଥିଲେ, ସେମାନେ ଯଦି ଚାକିରିକୁ ଫେରିବାକୁ ଚାହୁଁଥିବେ ତେବେ ସେମାନଙ୍କ ପାଇଁ ଏହି କୋହଳ ନିୟମ ଲାଗୁ ହେବ। ଏଥିସହିତ ଚାକିରି କରୁଥିବା ବ୍ୟକ୍ତିଙ୍କ ଆଶ୍ରିତ ଅର୍ଥାତ ତାଙ୍କର ପତ୍ନୀ ଓ ପୁତ୍ରଙ୍କୁ ମଧ୍ୟ ତାଙ୍କ ସହ ଆସିବା ପାଇଁ ଅନୁମତି ମିଳିବ।
ଏହି କୋହଳ ନିୟମ ଅନୁଯାୟୀ, ଟେକ୍ନିକାଲ ସ୍ପେଶାଲିଷ୍ଟମାନଙ୍କୁ ମଧ୍ୟ ଫେରିବା ପାଇଁ ଆମେରିକା ଅନୁମତି ଦେଇପାରେ । H-1B ଭିସା ପାଇଥିବା ପରିଚାଳନା ଦୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ ଏବଂ ଅନ୍ୟ କର୍ମଚାରୀ ଆମେରିକା ଫେରି ପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଆମରିକାର ଅର୍ଥନୀତିର ପୁନରୁଦ୍ଧାର ତଥା ତୁରନ୍ତ କ୍ରିୟାଶୀଳ କରିବା ପାଇଁ ଏମାନଙ୍କ ଆସିବା ଆବଶ୍ୟକ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ଏଥିସହିତ କୋଭିଡ-୧୯ ପ୍ରଭାବକୁ କମ୍ କରିବା ପାଇଁ ତଥା ଯେଉଁମାନେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାମ କରୁଛନ୍ତି କିମ୍ବା ଅନୁସନ୍ଧାନ ମୂଳକକାମରେ ନିୟୋଜିତ ଅଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହି କୋହଳ ନିୟମ ଲାଗୁ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ସୂଚନାଥାଉ କି, କୋଭିଡ-୧୯ ଯୋଗୁ ଆମେରିକାରେ ଅର୍ଥନୀତି ଭୁଶୁଡ଼ି ପଡ଼ିଛି। ବେରୋଜଗାରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୁନ୍ ୨୨ରେ H-1Bd ଓ L1 ଭିସାକୁ ଅସ୍ଥାୟୀ ଭାବେ ବ୍ୟାନ କରିକରିଥିଲେ।
ତେବେ ଏହାକୁ ଆମେରିକୀୟ କମ୍ପାନୀ ଯେମିତି ଫେସ୍ବୁକ, ମାଇକ୍ରୋସପ୍ଟ, ଆପଲ୍ ଏହାକୁ ବିରୋଧ କରିଥିଲେ।
ଏହି କହିରଖିବୁ, H-1B ଭିସା ୩ ବର୍ଷ ପାଇଁ ଦିଆଯାଇଥାଏ। ଜଣେ ଚାହିଁଲେ ଏହାକୁ ୬ ବର୍ଷ ପାଇଁ ବୃଦ୍ଧ କରିପାରିବ। ତେବେ ଭିସା ଅବଧି ଶେଷ ହେବା ପରେ ଜଣେ ଚାହିଁଲେ ସେଠିକାର ନାଗରିକତା ପାଇଁ ଆବେଦନ କରିପାରିବ। ଏଥିପାଇଁ ଆବେଦକଙ୍କୁ ଗ୍ରୀନ କାର୍ଡ ଦିଆଯିବ। ଯଦି ଆବେଦକଙ୍କୁ ଗ୍ରୀନ କାର୍ଡ ଶେଷ ହେବା ପରେ ଗ୍ରୀନ କାର୍ଡ ମିଳି ନାହିଁ ତେବେ ତାଙ୍କୁ ଆମେରିକାରେ ରହିବା ପାଇଁ ଅନୁମତି ମିଳିବ ନାହିଁ ଏବଂ ଏକ ବର୍ଷ ପରେ ପୁଣି ଥରେ H-1B ଭିସା ପାଇଁ ଆବେଦନ କରିପାରିବେ।