ଲକ୍ ଡାଉନ୍ କଟକଣାରୁ ବାଦ୍ ପଡ଼ିଲା ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା।

ନୂଆଦିଲ୍ଲୀ: ଲକ୍ ଡାଉନ୍ କଟକଣାରୁ ବାଦ୍ ପଡ଼ିଲା ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା। ବିଭିନ୍ନ ରାଜ୍ୟର ବୋର୍ଡ ଏବଂ CBSEର ଅନୁରୋଧକୁ ଅନୁଧ୍ୟାନ କରି ପରୀକ୍ଷା କରିବାକୁ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା। ପରୀକ୍ଷା ଉପରୁ ଲକ୍‌ଡାଉନ୍ କଟକଣା ହଟାଯିବା ନେଇ ସେ ଏଥିରେ ସୂଚନା ଦେଇଛନ୍ତି।

ତେବେ ପରୀକ୍ଷା ପାଇଁ ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ୍ ମାନିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ଗୃହ ସଚିବ। କଣ୍ଟେନମେଣ୍ଟ ଜୋନ୍‌ରେ କୌଣସି ପରୀକ୍ଷା କେନ୍ଦ୍ର ହେବନି ବୋଲି କୁହାଯାଇଥିବାବେଳେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।

ସେହିପରି ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା କରିବା, ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ୍ କରିବା ଓ ଘରୁ ପିଲାଙ୍କୁ ପରୀକ୍ଷା କେନ୍ଦ୍ରକୁ ଆଣିବାକୁ ସ୍ୱତନ୍ତ୍ର ବସ୍ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ଗୃହ ମନ୍ତ୍ରୀ ଅମିତ ଶାହା ଟୁଇଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

You might also like