ମଦ ପାଇଁ ଡହଳବିକଳ, ସାମାଜିକ ଦୂରତାକୁ ବେଖାତିର୍
ବିଶାଖାପାଟଣା: ମଦ ପାଇଁ ଭୁଲିଗଲେ କରୋନା କଟକଣା। ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ମଦ ଦୋକାନ ଆଗରେ ଜମାଇଲେ ଭିଡ଼। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ।
ଲୋକମାନେ କରୋନା କଟକଣାକୁ ନ ମାନି ସାମାଜିକ ଦୂରତାକୁ ଭୁଲି ମଦ କିଣିବା ପାଇଁ ଦୋକାନ ସାମ୍ନାରେ ଭିଡ଼ ଜମାଇଥିଲେ। ଏପରିକି ମଦ ନେବା ପାଇଁ ଲୋକଙ୍କ ଭିତରେ ଠେଲାପେଲା ଚାଲିଥିବା ମଧ୍ୟ ଦେଖିବାକୁ ମିଳିଥିଲା। କିଛି ଲୋକ ମାସ୍କ ପିନ୍ଧି ନଥିବା ମଧ୍ୟ ନଜର ଆସିଥିଲା।
ଭିଡ଼ ଭିତରେ ସମସ୍ତେ ସାମାଜିକ ଦୂରତାକୁ ପୂରାପୂରି ଭୁଲି ଯାଇଥିଲେ। ସତେ ଯେମିତି କରୋନା ସଂକ୍ରମଣ ଭୟ କାହାରିକୁ ନାହିଁ। ସଂକ୍ରମଣ ରୋକିବା ଲାଗି ସରକାର ସାମାଜିକ ଦୂରତାକୁ ଗୁରୁତ୍ୱ ଦେଉଥିଲା ବେଳେ ଏଠି କିନ୍ତୁ ସବୁ ନିୟମର ଉଲ୍ଲଙ୍ଘନ ହୋଇଥିବା ଦେଖିବାକୁ ମିଳିଥିଲା।
ମଦ ପାଇଁ ଭୁଲି ଗଲେ କରୋନା କଟକଣା #Coronavirus pic.twitter.com/Dr99oXfz2b
— ଓଟିଭି (@otvkhabar) July 20, 2020