ବିହାର ଲୋକେ ନୀତୀଶଙ୍କ ଉପରେ କେବଳ ରାଗୁ ନାହାନ୍ତି, ତାଙ୍କୁ ଘୃଣା ବି କରୁଛନ୍ତି; ତେଜସ୍ୱୀ ଯାଦବ

ପାଟନା: ବିହାର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବଢ଼ୁଛି। ନିର୍ବାଚନୀ ମଇଦାନରେ ବିଭିନ୍ନ ଦଳ ବିରୋଧୀଙ୍କ ଉପରେ କଡ଼ା ଟିପ୍ପଣୀ କରିବା ସହିତ ନିର୍ବାଚନୀ ପ୍ରତିଶ୍ରୁତିକୁ ନେଇ ମଧ୍ୟ ସମାଲୋଚନା କରାଯାଉଛି।

ରବିବାର ନିର୍ବଚନୀ ପ୍ରଚାରରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଆର୍‌ଜେଡି ନେତା ତେଜସ୍ୱୀ ଯାଦବ। ନୀତୀଶ କ୍ଲାନ୍ତ ହୋଇଯାଇଛନ୍ତି ବୋଲି କହିବା ସହିତ ବିହାର ଜନତା ତାଙ୍କୁ ଏବେ ଘୃଣା କରୁଛନ୍ତି ବୋଲି ତେଜସ୍ୱୀ କହିଛନ୍ତି।

ଏନ୍‌ଆଇକୁ ସାକ୍ଷାତକାର ଦେଇ ତେଜସ୍ୱୀ କହିଛନ୍ତି “ ଆମ ନିର୍ବାଚନୀ ପ୍ରଚାରରେ ସାମିଲ ହେଉଥିବା ବିଶାଳ ଜନସମାଗମ ଏହା ସୂଚାଇ ଦେଉଛି ଯେ ବିହାର ଲୋକ ଯେ କେବଳ ନୀତୀଶଙ୍କ ଉପରେ ରାଗୁଛନ୍ତି ତାହା ନୁହେଁ, ସେମାନେ ତାଙ୍କୁ ଘୃଣା ବି କରୁଛନ୍ତି। ଏହା(ବିଶାଳ ଜନସମାଗମ) ସେମାନଙ୍କର କ୍ରୋଧର ସ୍ତର।” ବିହାର ନିର୍ବାଚନରେ ଲୋକେ ଏବେ ଜାତୀ, ଧର୍ମ, ବର୍ଣ୍ଣ ଓ ସମ୍ପ୍ରଦାୟକୁ ଏଡ଼ାଇ ଦେଇ ବେରୋଜଗାରୀ ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି ବୋଲି ତେଜସ୍ୱୀ କହିଛନ୍ତି।

ବିହାର ନିର୍ବାଚନୀ ପ୍ରଚାର ଜୋର ଧରିଥିବା ବେଳେ ଗୁରୁବାର ଏନ୍‌ଡିଏ ରାଜ୍ୟରେ ୧୯ ଲକ୍ଷ ଚାକିରି ସୁଯୋଗ ସୃଷ୍ଟି କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଯାହାକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ବିଜେପିକୁ ସମାଲୋଚନା କରିଥିଲେ। ବିଜେପିର ଏହି ପ୍ରତିଶ୍ରୁତି କଳାଧନ ଫେରାଇ ଆଣି ଲୋକଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଜମା କରିବା ପ୍ରତିଶ୍ରୁତି ହେବ ବୋଲି ରାହୁଲ କହିଥିଲେ। ଏହା ପୂର୍ବରୁ ଶନିବାର ଆର୍‌ଜେଡି ମଧ୍ୟ ରାଜ୍ୟରେ ୧୦ ଲକ୍ଷ ଚାକିରି ଦେବାକୁ ପ୍ରତିସ୍ରୁତି ଦେଇଥିଲେ ବି ବିଜେପି ଲାଲୁଙ୍କ ନେଇ କଟାକ୍ଷ କରିଥିଲା। ଟଙ୍କା କ’ଣ ଜେଲ୍‌ରୁ ଆସିବ ବୋଲି କହିଥିଲେ ନୀତୀଶ କୁମାର।

 

You might also like