‘କରୋନା ମୁକ୍ତ ଲୋକଙ୍କ ପାଖରେ ଇମ୍ୟୁନିଟି ମାତ୍ର ୬ ମାସ ରୁହେ !

ନୂଆଦିଲ୍ଲୀ:କରୋନା ଭାଇରସ ସଂକ୍ରମଣରୁ ମୁକ୍ତ ବ୍ୟକ୍ତିଙ୍କ ଇମ୍ୟୁନିଟି ପାୱାର ଅଧିକ ହୋଇଯାଇଥାଏ ବୋଲି ଆଜିଯାଏ ବିଶ୍ୱାସ ଥିଲା । ହେଲେ ସଦ୍ୟ ଏକ ଗବେଷଣାରୁ ଜଣାଯାଇଛି,  ସଂକ୍ରମଣରୁ ମୁକ୍ତ ଲୋକଙ୍କ ଇମ୍ୟୁନିଟି ମାତ୍ର ୬ ମାସ ପର୍ଯ୍ୟନ୍ତ କାମ କରିଥାଏ । ସେଥିପାଇଁ ଯେଉଁ ଲୋକମାନଙ୍କୁ କରୋନାମୁକ୍ତ ବୋଲି ଘୋଷଣା କରାଯାଉଛି, ପୁଣି ଥରେ ସେମାନଙ୍କୁ ରୋଗ ସଂକ୍ରମଣ କରିବାର ଭୟ ରହିଛି ।

କରୋନା ମୁକ୍ତ ହେବା ପରେ ଲୋକଙ୍କ ଇମ୍ୟୁନିଟି ବଢିଯାଏ । ତାଙ୍କ ପାଖରେ ଆଉ କରୋନା ହେବାର ଆଶଙ୍କା ନ ଥାଏ । ତେଣୁ ବ୍ରିଟେନରେ କରୋନା ମୁକ୍ତ ଲୋକଙ୍କୁ କାମ କରିବା ପାଇଁ ଅନୁମତି ଦିଆଯାଉଥିବାବଳେେ ସେଠିକାର ବୌଜ୍ଞାନିକମାନେ ଏପରି ଏକ ତଥ୍ୟ ଲୋକ ଲୋଚନକୁ ଆଣିଛନ୍ତି ।
ଗବେଷକମାନେ  ୩୫ ବର୍ଷର ୧୦ ଜଣ ଲୋକଙ୍କୁ ନେଇ ଏକ ପରୀକ୍ଷା କରିଥିଲେ । ଏମାନଙ୍କ ଶରୀରରେ ୪ ପ୍ରକାରର ଭିନ୍ନ ଭିନ୍ନ କରୋନା ଭାଇରସର ପରୀକ୍ଷା କରିଥିଲେ । ‘ଦ ଟାଇମ୍ସ’ ରିପୋର୍ଟ ଅନୁସାରେ, ଏହି ଚାରି ପ୍ରକାର କରୋନା ଭାଇରସରେ ସଂକ୍ରମିତ ବ୍ୟକ୍ତିଙ୍କ ପାଖରେ ସାମାନ୍ୟ ଥଣ୍ଡା ଜନିତ ସମସ୍ୟା ରହୁଛି । ତେବେ ଚିନ୍ତାର ବିଷୟ ହେଉଛି ଯେ, ଏମାନଙ୍କର ଶରୀରେ ଇମ୍ୟୁନିଟି ବଢୁଥିଲେ ହେଁ ତାହା ବେଶି ଦିନ ରହୁନାହିଁ ।

ଗେବଷକଙ୍କ କହିବା ଅନୁଯାୟୀ, ୬ ମାସ ପରେ ଏମାନଙ୍କ ଶରୀରରେ ଆଣ୍ଟିବଡିଜ୍‌ ସ୍ତର କମୁଥିବା ଲକ୍ଷ୍ୟ କରାଯାଉଛି । ୧୨ ମାସ ପରେ ସେମାନେ ଲଗାତାର ସଂକ୍ରମଣର ଶିକାର ହେଉଛନ୍ତି ।
ଅନ୍ୟପକ୍ଷେ ବ୍ରିଟେନର ଡାଉନିଂ ଷ୍ଟ୍ରିଟ୍‌‌ରେ ସ୍ୱାସ୍ଥ୍ୟ ସଚିବ ମେଟ୍‌ ହ୍ୟେନକାଙ୍କ ଗୁରୁବାର ଘୋଷଣା କରିଛନ୍ତି ଯେ,ସରକାର ଏକ କୋଟି ଆଣ୍ଟିବଡ଼ି ଟେଷ୍ଟିଂ କିଟ୍‌ ତିଆରି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ତେବେ ସେ ଇମ୍ୟୁନିଟି ବଢାଇବା ଏବଂ ଏହା କେତେ ଦିନ ମଣିଷ ଶରୀରରେ କାମ ଦେବ ସେ ବିଷୟରେ ଜାଣିବା ଉପରେ ଜୋର ଦେଇଥିଲେ।

ଅନ୍ୟପକ୍ଷେ ଅକ୍ସଫୋର୍ଡ ୟୁନିଭର୍ସିଟିରେ କରୋନା ଭାଇସର ଭ୍ୟାକ୍ସିନକୁ ନେଇ ଟ୍ରଏଲ ଆରମ୍ଭ ହୋଇଯାଇଛି। ଏ ନେଇ ଏମ୍ସଟର୍ଡନ ୟୁନିଭର୍ସିଟି ପକ୍ଷରୁ କୁହାଯାଇଛି, ଲୋକଙ୍କୁ କରୋନା ଭାଇରସଠାରୁ ବଞ୍ଚିବା ପାଇଁ ପ୍ରତିବର୍ଷ ଭ୍ୟାକ୍ସିନ ନେବାକୁ ପଡିବ। ତେବେ ଏହି ଗବେଷଣା ପ୍ରାଥମିକ ସ୍ତରରେ ଅଛି। ଏ ନେଇ ଗବେଷକମାନେ କୌଣସି ସମୀକ୍ଷା କରି ନାହନ୍ତି।

 

You might also like