ବାଛିନେଲେ ସେଲ୍‌ଫ କ୍ୱାରେଣ୍ଟାଇନ୍‌, ବଞ୍ଚେଇଲେ ପରିବାର, ସମାଜ

ନୂଆଦିଲ୍ଲୀ: ଦ୍ରୁତ ଗତିରେ ବଢୁଥିବା କରୋନା ଆକ୍ରାନ୍ତଙ୍କୁ ଦୃଷ୍ଟିରେ ରଖି ଭାରତ ସରକାର ଘୋଷଣା କରିଛନ୍ତି, ବିଦେଶରୁ ଫେରୁଥିବା ସମସ୍ତ ନାଗରିକ ୧୪ ଦିନ ପର୍ଯ୍ୟନ୍ତ ଆପେ ଆପେ ସେଲ୍ଫ  କ୍ୱାରେଣ୍ଟାଇନ୍‌ରେ  ରହିବେ। ଏହି ଭାଇରସରେ ଭାରତର ପ୍ରାୟ ୬୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ୧୩ ଜଣଙ୍କର ମୃତ୍ୟୁ ଘଟିଲାଣି । ବିଶ୍ୱବ୍ୟାପୀ ଏହି ରୋଗ ଯେପରି ତା’ର କାୟା ବିସ୍ତାର କରି ଚାଲିଛି ସେଥିପାଇଁ ଏହାର ଚେନ୍‌ ଭାଙ୍ଗିବା ନିହାତି ଜରୁରୀ ହୋଇ ପଡ଼ିଛି।
ତେବେ ଏମିତି ଲୋକଙ୍କୁ ଦେଖିବାକୁ ମିଳୁଛି, ଯେଉଁମାନେ ଅନ୍ୟକୁ ବଞ୍ଚାଇବା ପାଇଁ ନିଜକୁ ସ୍ୱତଃ ପ୍ରବୃତ୍ତ ଭାବେ ସେଲ୍ଫ କ୍ୱାରେଣ୍ଟାଇନ୍‌ରେ ରଖୁଛନ୍ତି। ଆଉ କେତେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଲୁଚାଉଛନ୍ତି। କନିକା କପୁର ପରି ବଲିଉଡ ସିଙ୍ଗରମାନେ ମଧ୍ୟ ଏହାକୁ ଲୁଚାଇ ବିଭିନ୍ନ ପାର୍ଟି ଅଟେଣ୍ଟ କରୁଛନ୍ତି। ଏପରି ପରିସ୍ଥିତିରେ କେରଳରେ ସେଲଲ୍ଫ କ୍ୱାରେଣ୍ଟାଇନ୍‌ରେ ଥିବା ଲୋକେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।
ଛାତ ଉପରେ ରହି ଝିଅ ସହ ଟିକଟକ୍‌ ଖେଳିଲେ
କୋଝିକୋଡ୍‌ର ରହୁଥିବା ରଫିଫ୍‌ଙ୍କୁ ଆମେ ଏଠି ଉଦାହରଣରେ ରଖିବା। ରଫିକ୍ ଦୁବାଇରୁ ଫେରିବା ପରେ ସେଲ୍‌ଫ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି। ନିଜର ଛୋଟ ଝିଅ ସହ ଆଉ ଏକ ଛାତରୁ କଥା ହେଉଛନ୍ତି। ସେ ନିଜ ଝିଅ ସହ ଖେଳିବା ପାଇଁ ଟିକ୍‌ଟକ୍‌ ଭିଡିଓ ମଧ୍ୟ ଡାଉନଲୋଡ କରିଛନ୍ତି। କରୋନ ଭାଇରସକୁ ରୋକିବା ପାଇଁ ଆଇସୋଲସେନ ଏକମାତ୍ର ବାଟ। ଏହି ପରିପ୍ରେକ୍ଷୀରେ ରଫିକ୍‌ଙ୍କର ଏପରି କାମ ନିଶ୍ଚୟ ପ୍ରଶଂସନୀୟ ।
ରଫିକ୍ ଦୁବାଇରେ ଜଣେ ଶେଫ ଥିଲେ । କରୋକା ସଂକ୍ରମଣକୁ ଦେ୍‌ଖି ସେ ଘରକୁ ଫେରି ଆସିଥିଲେ । ଏଠାରେ ୧୪ ଦିନ ସେଲଫ ଆଇସୋଲେସନରେ ରହିବା ପରେ ଝିଅ ସହ ୪୫ ଦିନ ରହିବେ ଓ ତା ସହ ଖେଳିବେ ବୋଲି କହିଛନ୍ତି ।
ବାପାଙ୍କ ଅନ୍ତିମ ସଂସ୍କାର କରିପାରିଲେନି
ତେଲେଙ୍ଗାନା କାମରେଡ୍ଡି ଜିଲ୍ଲାର ୨୫ ବର୍ଷର ଜଣେ ବ୍ୟକ୍ତି ତାଙ୍କ ବାପାଙ୍କର ଅନ୍ତିମ ସଂସ୍କାର କରିବା ପାଇଁ ବିଦେଶରୁ ଘରକୁ ଫେରୁଥିଲେ । ହେଲେ ସେ ପହଞ୍ଚବା ପରେ କିଛି ମେଡିକାଲ ଅଫିସର ତାଙ୍କୁ ଭେଟିବାକୁ ଆସିଥିଲେ ଏବଂ ସେଲଫ କ୍ୱାରେଣ୍ଟାଇନ୍‌ରେ ରହିବା ପାଇଁ କହିଥିଲେ । ସେହି ଅନୁସାରେ ସେ ବାପାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇ ପାରିଲେନି, କେବଳ ଦୂରରୁ ରହି ଯାହା ଦେଖିଲେ ।
ଯାଞ୍ଚ କରିବା ପୂର୍ବରୁ ସେଲଫ କ୍ୱାରେଣ୍ଟାଇନ୍‌ରେ ରହିଲେ
କେରଳର କାସୋରଗଡ଼ରେ ରହୁଥିବା ଜଣେ ବ୍ୟକ୍ତି ଗଲଫ୍‌ ଦେଶରୁ ଫେରିଥିଲେ । ସେ ଥିରୁବନନ୍ତପୁରମ୍‌ ଏୟାରପୋର୍ଟରେ ପହଞ୍ଚିବା ପରେ ସେ ନିଜ ତରଫରୁ  ସ୍ୱାସ୍ଥ୍ୟ ଅଧିକାରୀଙ୍କୁ କହିଥିଲେ ଯେ ସେ ଏକ କରୋନ ପ୍ରଭାବିତ ଅଞ୍ଚଳରୁ ଫେରିଛନ୍ତି । ତେଣୁ ତାଙ୍କର ଯାଞ୍ଚ କରାଯାଉ। ଏହା ପରେ ଆମ୍ବୁଲାନ୍ସ ମଗାଗଲା ଏବଂ ସେଥିରେ ସେ ଘରକୁ ଗଲେ। ଘରେ ପହଞ୍ଚିବା ପେ ସେ ନା ଘରକୁ ଗଲେ ନା କାହା ସହ ମିଶିଲେ। ଘର ବାହାରେ ଥିବା ଏକ ଛୋଟ ଘରେ ରହିଲେ । ୨ ଦିନ ପରେ ସ୍ୱାସ୍ଥ୍ୟ ଅଧିକାରୀମାନେ ଆସି ତାଙ୍କର ପରୀକ୍ଷା କରିବା ପରେ ସେ କରୋନା ପଜେଟିଭ ବୋଲି ଜଣାପଡ଼ିଲା। ତା’ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଗଲା । ନିଜ କର୍ତ୍ତବ୍ୟକୁ ବୁଝି ପାରିଥିବା ଏହି ବ୍ୟକ୍ତି ଜଣକ ନା ସ୍ୱାସ୍ଥ୍ୟ ବିଭାଗକୁ କୌଣସି ଚିନ୍ତାରେ ପକାଇଲେ ନା ପରିବାର ଏବଂ ସମାଜକୁ ବିପଦ ମୁହଁକୁ ଠେଲିଲେ ।

You might also like