ହୋମ କ୍ୱାରେଣ୍ଟାଇନ୍ରେ ଥିବା ଲୋକେ ଘଣ୍ଟାକୁ ଥରେ ସେଲ୍ଫି ପଠାଇବେ
କର୍ଣ୍ଣାଟକ: କିଲର କରୋନା ଭାଇରସକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ। ଏହି କରୋନା ଭାଇରସକୁ ନେଇ କର୍ଣ୍ଣାଟକର କିଛି ଲୋକଙ୍କୁ ନିଜ ଘରେ କ୍ୱାରେଣ୍ଟାଇନ୍ରେ ରଖାଯାଇଛି। ସେମାନଙ୍କୁ କୁହାଯାଇଛି ଯେ ପ୍ରତି ଘଣ୍ଟାରେ ସେଲିଫ୍ ଉଠାଇ ସରକାରଙ୍କ ନିକଟକୁ ପଠାଇବେ। କର୍ଣ୍ଣାଟକରେ ଏପର୍ଯ୍ୟନ୍ତ ୮୦ରୁ ଅଧିକ ଲୋକେ କରୋନା ଭାଇରସରେ ସଂକ୍ରମିତ ହୋଇଥିବାବେଳେ ୩ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ସୋମବାର ଦିନ ପ୍ରେସ୍ମିଟିରେ କର୍ଣ୍ଣାଟକର ସ୍ୱାସ୍ଥ୍ୟ ଶିକ୍ଷା ମନ୍ତ୍ରୀ ଡ଼କ୍ଟର କେ ସୁଧାକର କହିଛନ୍ତି, ଯଦି କେହି ସେଲଫି ନ ପଠାନ୍ତି, ତେବେ ସେମାନଙ୍କୁ ସରକାରଙ୍କ ଦ୍ୱାରା ପରିଚାଳିତ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଯିବ।
ସୂଚନାଥାଉ କି, ବେଙ୍ଗାଲୁରୁରେ ଗୋଟିଏ ପରିବାରର ୧୦ଜଣଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ରେ ରଖାଯାଇଥିଲା। କିନ୍ତୁ ସେମାନେ ସେଠାରୁ ପଳାଇ ଯାଇଥିଲେ। ପରେ ସେମାନଙ୍କୁ ତାଙ୍କ ଗାଁରୁ ଗିରଫ କରାଯିବା ସହ ସେମାନଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଥିଲା। ଏହି ଘଟଣା ପରେ କ୍ୱାରେଣ୍ଟାଇନରେ ଥିବ ଲୋକଙ୍କ ଉପରେ ନଜର ରଖିବା ପାଇଁ ଏହି ନୂଆ ନିୟମ କରାଯାଇଛି।
କର୍ଣ୍ଣାଟକର ମନ୍ତ୍ରୀ କେ ସୁଧାକର ନୂଆ ନିୟମ କରିଥିଲେ। ହୋମ୍ କ୍ୱାରେଣ୍ଟାଇନର ଲୋକମାନେ କୁଆଡ଼େ ଯିବେ ନାହିଁ। କିନ୍ତୁ ସୁଧାକରଙ୍କ କହିବା ଅନୁଯାୟୀ, ସେଲଫି ପଠାଉଥିବା ଲୋକଙ୍କ ଉପରେ ଏକ ଟିମ୍ ଅଧିକାରୀ ନଜର ରଖିବେ। ଗୁଗୁଲ୍ ପ୍ଲେ ଷ୍ଟୋରରେ ଏକ ଆପ୍ ମାଧ୍ୟମରେ ସେଲଫି ପଠାଇବାକୁ ପଡିବ। କିନ୍ତୁ ରାତି ୧୦ରୁ ସକାଳ ୭ଟା ପର୍ଯ୍ୟନ୍ତ କୌଣସି ସେଲିଫ୍ ପଠାଇବାକୁ ପଡ଼ିବ ନାହିଁ।