ସାବାଡ୍‌ ହେବେ ହ୍ୟାକର୍ସ ! ସରକାରଙ୍କୁ ସ୍କାମ୍‌ କଲ୍‌ ଲିଷ୍ଟ୍‌ ଦେଲା Paytm

ନୂଆଦିଲ୍ଲୀ: ଗୋଟିଏପଟେ ଲୋକେ ଡିଜିଟାଲ୍‌ ହେଉଥିବାବେଳେ ଅନ୍ୟପଟେ ବ୍ୟାଙ୍କିଂ ପ୍ରଡ୍‌ ଘଟଣା ଲଗାତାର ଭାବେ ସାମ୍ନାକୁ ଆସୁଛି। ଫେକ୍‌ କଲ୍‌ ଓ ମେସେଜ୍‌ ମାଧ୍ୟମରେ ଲୋକଙ୍କୁ ବିଭିନ୍ନ ପ୍ରକାରର ଲୋଭ ଦେଖାଇ ଠକମାନେ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ଚୋରି କରି ନେଉଛନ୍ତି।

ହ୍ୟାକର୍ସଙ୍କ ନିକଟରୁ ବଞ୍ଚିବା ପାଇଁ ବ୍ୟାଙ୍କ ଗୁଡ଼ିକ ପକ୍ଷରୁ ବାରମ୍ବାର ଗ୍ରାହକଙ୍କୁ ସତର୍କ କରାଯାଉଛି। କିଭଳି ଭାବରେ ଫ୍ରଡ୍‌ର ଶିକାର ନ ହେବେ ଓ ନିଜକୁ କେମିତି ଏଥିରୁ ରକ୍ଷା କରିବେ ସେନେଇ ଅନ୍‌ଲାଇନ୍‌ ପେମେଣ୍ଟ୍‌ ବ୍ୟାଙ୍କ Paytm ଏଦିଗରେ ଏକ ପଦକ୍ଷେପ ଗ୍ରହଣ କରିଛି।

ସୂଚନା ଅନୁସାରେ,  ଗୃହ ମନ୍ତ୍ରାଳୟ, Trai(ଟେଲିକମ୍‌ କମ୍ପାନୀକୁ ରେଗୁଲେଟ୍ କରୁଥିବା ସଂସ୍ଥା) ଓ CERT(କମ୍ପ୍ୟୁଟର ସୁରକ୍ଷା ସମ୍ବନ୍ଧିତ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ CERT)କୁ  Paytm ୩,୫୦୦ ଫୋନ୍‌ ନମ୍ବରର ଏକ ସ୍କାମ୍‌ କଲ୍‌ ଲିଷ୍ଟ ପ୍ରଦାନ କରିଛି। ଏହି ଫୋନ୍‌ ନମ୍ବର ମାଧ୍ୟମରେ ଠକମାନେ ଗ୍ରାହକଙ୍କୁ ଫୋନ୍‌ କରି ଫସା‌ଇଥାନ୍ତି ବୋଲି ଜଣାପଡ଼ିଛି।

ଖାଲି ଏତିକି ନୁହେଁ ଫ୍ରଡ୍‌ ରୋକିବା ପାଇଁ ଏହି ଫୋନ୍‌ ନମ୍ବର ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ସାଇବର୍‌ ସେଲ୍‌ରେ ଏଫ୍‌ଆଇଆର୍‌ ରୁଜୁ କରିଛି Paytm।

Paytm ପକ୍ଷରୁ କୁହାଯାଇଛି, ଏହିସବୁ ନମ୍ବରକୁ ଚିହ୍ନଟ କରାଯାଇ ଭବିଷ୍ୟତରେ ଯେଭଳି କୌଣସି ଠକେଇ କିମ୍ବା ଫ୍ରଡ୍‌ ନ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯିବ। ଫଳରେ ଫ୍ରଡ୍‌ ଘଟଣାକୁ ରୋକା ଯାଇପାରିବ।

You might also like