ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ନୂଆଦିଲ୍ଲୀ: ଗୁଗଲ୍ ପ୍ଲେ ଷ୍ଟୋରରୁ କିଛି ଘଣ୍ଟା ପାଇଁ ହଟିବା ପରେ ମୋବାଇଲ୍ ୱାଲେଟ୍ ଆପ୍ଲିକେସନ୍ Paytm ପୁଣିଥରେ ପ୍ଲାଟଫର୍ମକୁ ଫେରିଛି। ପେଟିଏମ୍ ଟୁଇଟ୍ କରି ଶୁକ୍ରବାର ସନ୍ଧ୍ୟାରେ ଏହି ସୂଚନା ଦେଇଛି। ଏହା ପୂର୍ବରୁ ଗୁଗଲ୍ ପ୍ଲେ’ ଷ୍ଟୋର Paytm ଆପକୁ ଗ୍ୟାମ୍ବଲିଂ (ଜୁଆ ଖେଳିବା) ଅଭିଯୋଗରେ ନିଜ ପ୍ଲାଟଫର୍ମକୁ ହଟାଇଥିଲା।

ଗୁଗଲ୍ ପ୍ଲେ ଷ୍ଟୋରର କହିବା ଅନୁଯାୟୀ, ଆମେ ଗ୍ୟାମ୍ବଲିଂ ଆପର ସମର୍ଥନ କରୁନାହୁଁ ଏବଂ ଜୁଆ ସହ ସମ୍ପୃକ୍ତ ନୀତିର ଉଲ୍ଲଙ୍ଘନ କରିବା କାରଣରୁ Paytmରୁ ହଟାଇଛୁ। କିଛି ଘଣ୍ଟା ପୂର୍ବେ Paytm ତା’ର ୟୁଜରଙ୍କୁ ଆଶ୍ୱସ୍ତି ଦେଇଛି ଯେ, ସେମାନେ ଗୁଗଲ୍ ସହ ମିଶି ଏହି ସମସ୍ୟାର ସମାଧାନ ଉପରେ କାମ କରୁଛନ୍ତି। ୟୁଜରଙ୍କ Paytm ୱାଲେଟରେ ଥିବା ବିପୁଳ ସଂଖ୍ୟକ ଟଙ୍କା ସୁରକ୍ଷିତ ମଧ୍ୟ ଅଛି।

Paytm କହିଛି, ଆମେ ନିକଟରେ ନିଜ କଞ୍ଜୁମର୍ ଆପରେ ‘Paytm Cricket League’ ଲଞ୍ଚ୍ କରିଥିଲୁ। ଏହି ଗେମ୍ ଗ୍ରାହକଙ୍କୁ କ୍ରିକେଟ୍ ପ୍ରତି ବାନ୍ଧି ରଖିବା ସହ କ୍ୟାଶବ୍ୟାକ୍ ଜିତିବା ପାଇଁ ଉପଲବ୍ଧ ହୋଇଥିଲା। ଏହି ଗେମ୍ ଆଧାରରେ ୟୁଜର୍ ପ୍ରତି ଟ୍ରାଞ୍ଜାକସନ୍ ପାଇଁ ଖେଳାଳିଙ୍କର ଷ୍ଟିକର୍ ହାସଲ କରିଥାନ୍ତି। ଏହାକୁ ସଂଗ୍ରହ କରିବା ପରେ ସେମାନଙ୍କୁ କ୍ୟାଶବ୍ୟାକ୍ ମିଳିଥାଏ। କିନ୍ତୁ ଏବେ ପେଟିଏମ୍ କ୍ୟାଶବ୍ୟାକ୍ ଅସ୍ଥାୟୀ ଭାବେ କମ୍ପୋନେଟ୍‌ ହଟାଇ ଦେଇଛି।

ଆହୁରି ପଢ଼ନ୍ତୁ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

You might also like