ଗାଡ଼ି ଚଲାଇବା ବେଳେ ଫୋନ୍ରେ କଥା ହେଲେ ୧୦ ହଜାର ଟଙ୍କା ଫାଇନ୍
ଲକ୍ଷ୍ନୌ: ଏଣିକି ଗାଡ଼ି ଚଲାଇବା ବେଳେ ଫୋନ୍ରେ କଥା ହେଲେ ଗଣିବେ ୧୦ ହଜାର ଟଙ୍କା ଜରିମାନା। ଦୁର୍ଘଟଣା ରୋକିବା ପାଇଁ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଏହି ନିୟମ ଲାଗୁ କରିଛନ୍ତି।
ସଡ଼କ ସୁରକ୍ଷା ନିୟମକୁ ଆହୁରି କଡ଼ାକଡ଼ି କରିବା ପାଇଁ ଗୁରୁବାର ଉତ୍ତର ପ୍ରଦେଶ ସରକାର ଏହି ନିର୍ଦ୍ଦେଶାନାମା ଜାରି କରିଛନ୍ତି। ଯେଉଁବ୍ୟକ୍ତି ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ଚଲାଉଥିବା ବେଳେ ଫୋନ୍ରେ କଥା ହେଉଥିବା ଧରାପଡ଼ନ୍ତି, ତା’ହେଲେ ସେମାନଙ୍କ ନିକଟରୁ ୧୦ହଜାର ଟଙ୍କା ଜରିମାନା ଆଦାୟ କରାଯିବ। ସେହିପରି କୌଣସି ବ୍ୟକ୍ତି ପାର୍କିଂ ନିୟମକୁ ଯଦି ପ୍ରଥମଥର ପାଇଁ ଉଲ୍ଲଂଘନ କରନ୍ତି ତା’ହେଲେ ତାଙ୍କୁ ୫୦୦ଟଙ୍କା ଦେବାକୁ ପଡ଼ିବ। ଆଉ ଯଦି ଦ୍ୱିତୀୟଥର ନିୟମକୁ ଉଲ୍ଲଘଂନ କରନ୍ତି, ତା’ହେଲେ ତିନି ଗୁଣା ଅର୍ଥାତ୍ ୧,୫୦୦ଟଙ୍କା ଜରିମାନା ଦେବାକୁ ପଡ଼ିବ।
ଜୁନ୍ରେ ଉତ୍ତରପ୍ରଦେଶ ସରକାର ଏହି ଆଦେଶକୁ ପାରିତ କରିଥିବା ବେଳେ ଜୁଲାଇ ୩୦ରେ ଉତ୍ତର ପ୍ରଦେଶ ପରିବହନ ବିଭାଗ ପକ୍ଷରୁ ଏ ନେଇ ନୋଟିଫିକେସନ୍ ଜାରି କରାଯାଇଛି।