ସିଏଏକୁ ନେଇ ଜେଡିୟୁରେ କଳି ବଢ଼ିଲା; ବରିଷ୍ଠ ନେତାଙ୍କୁ ଦଳ ଛାଡ଼ିବାକୁ କହିଲେ ନୀତୀଶ

ପଟନା: ସିଏଏ ପ୍ରସଙ୍ଗକୁ ନେଇ ଜେଡିୟୁରେ କଳି ବଢ଼ିଛି। ମୁହାଁମୁହିଁ ହୋଇଛନ୍ତି ଦଳ ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନିତିଶ କୁମାର ଏବଂ ବରିଷ୍ଠ ନେତା ପବନ ବର୍ମା। ଦିଲ୍ଲୀରେ ବିଜେପି ସହ ଜେଡିୟୁ ମେଣ୍ଟ କରିବା ନିଷ୍ପତ୍ତିକୁ ନେଇ ନୀତୀଶକୁ ଚିଠି ଲେଖିଥିଲେ ପବନ। ସିଏଏ, ଏନଆରସି ଓ ଏନପିଆର ଭଳି ପ୍ରସଙ୍ଗକୁ ନେଇ ସାରା ଦେଶରେ ଘମାସାନ ଚାଲିଥିବା ବେଳେ ବିଜେପି ସହ ମେଣ୍ଟର ଔଚିତ୍ୟକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ ସେ। ଅକାଳୀ ଓ ଅନ୍ୟ ଏନଡିଏ ସହଯୋଗୀ ଦିଲ୍ଲୀରେ ବିଜେପି ସହ ମେଣ୍ଟ କରିନଥିବା ଦର୍ଶାଇବା ସହ ନିତିଶ ବ୍ୟକ୍ତିଗତ ସ୍ତରରେ ବିଜେପି ଓ ଆରଏସଏସ ଚିନ୍ତାଧାରାରେ ବିଶ୍ୱାସ କରୁନଥିବା ବେଳେ କେମିତି ମେଣ୍ଟ କଲେ ବୋଲି ପ୍ରଶ୍ନ କରିଥିଲେ ପବନ। ତେବେ ପବନଙ୍କ ଏଭଳି ଆଭିମୁଖ୍ୟ ନିତିଶଙ୍କୁ ଖପ୍ପା କରିଛି। ପବନ ଚାହିଁଲେ ଜେଡିୟୁ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଇପାରନ୍ତି ବୋଲି ନୀତୀଶ ସିଧା ସିଧା କହିଛନ୍ତି।

You might also like