ବିହାର-ମୁମ୍ବାଇ ପୋଲିସ ବିବାଦ ତେଜିଲା; ଏସ୍‌ପି ‍ବିନୟଙ୍କୁ ତୁରନ୍ତ ଛାଡ଼ିବା ପାଇଁ କହିଲେ ପାଟ୍‌ନା ଆଇଜି

ମୁମ୍ବାଇ:  ମୁମ୍ବାଇରେ ଜୋର ଜବରଦସ୍ତି କ୍ୱାରେଣ୍ଟିନ୍‌ରେ ରଖାଯାଇଥିବା ପାଟନା ଏସ୍‌ପି ବିନୟ ତିଓ୍ୱାରୀଙ୍କୁ ତୁରନ୍ତ ଛଡ଼ା ଯାଉ ବୋଲି ବିଏମ୍‌ସିକୁ ପତ୍ର ଲେଖିଛନ୍ତି ପାଟନା ରେଞ୍ଜ ଆଇଜି । ବିଏମ୍‌ସି କମିଶନର ଇକବାଲ ସିଂ ଚହଲଙ୍କୁ ପତ୍ର ଲେଖିଛନ୍ତି ପାଟନା ରେଞ୍ଜ ଆଇଜି ସଞ୍ଜୟ ସିଂହ।

ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି, ଏହା ଦ୍ୱାରା ତଦନ୍ତ ପ୍ରକ୍ରିୟାରେ ବାଧା ଉପୁଜୁଛି।  ଗତକାଲି ନିଜେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ମୁମ୍ବାଇରେ ପାଟ୍‌ନା ଏସ୍‌ପିଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟିନ୍‌ରେ ରଖାଯିବାକୁ ନେଇ ମୁହଁ ଖୋଲିଥିଲେ । ଏସ୍‌ପିଙ୍କ ସହ ଯାହା ହେଲା ଠିକ୍ ହେଲା ନାହିଁ ବୋଲି କହିଥିଲେ ନୀତିଶ ।

ଏହାକୁ ନେଇ ରାଜନୀତି କରାନଯାଉ । ବିହାର ପୋଲିସ ତାର କର୍ତ୍ତବ୍ୟ କରୁଛି।  ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ  ପାଟନା ଏସ୍‌ପିଙ୍କୁ କ୍ୱାରେଣ୍ଟିନରେ ରଖିବା ପ୍ରସଙ୍ଗରେ ମୁହଁ ଖୋଲି ନଥିଲେ ବି ମୁମ୍ବାଇ ପୋଲିସ୍ ଦ୍ୱାରା ତଦନ୍ତ ଠିକ୍ ବାଟରେ ଚାଲିଛି ବୋଲି କହିଛନ୍ତି।

ସୂଚନାଥାଉ କି, ସୁଶାନ୍ତ ମୃତ୍ୟୁ  ମାମଲାର ଯାଞ୍ଚ ପାଇଁ ମୁମ୍ବାଇ ଯାଇଥିବା ପାଟ୍‌ନା ଏସ୍‌ପି ବିନୟ ତିୱାରୀଙ୍କୁ କରୋନା ହୋଇଛି କହି ଜବରଦସ୍ତ କ୍ୱାରେଣ୍ଟିନ୍‌ରେ ଭର୍ତ୍ତି କରି ଦିଆଯାଇଥିଲା। ଏହାକୁ ନେଇ ବିହାର ପୋଲିସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବିହାର ପୋଲିସ ଆସୋସିଏସନର ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି ଯେ, ସୁଶାନ୍ତଙ୍କ ହତ୍ୟା ମାମଲାର ଯାଞ୍ଚ ପାଇଁ ମୁମ୍ବାଇ ଯାଇଥିବା ବିହାର ଆଇପିଏସ୍‌ ବିନୟ ତିୱାରୀଙ୍କୁ IPS  ହଷ୍ଟେଲରେ ରହିବା ପାଇଁ ଜାଗା ଦିଆଯାଇ ନ ଥିଲା। ସେ ଯେତେବେଳେ ତାଙ୍କର ନିଜର ରହିବା ବ୍ୟବସ୍ଥା କଲେ ତାଙ୍କୁ ଠିକଣା ପଚରାଗଲା। ଠିକଣା ଜାଣିବା ପରେ ବିଏମ୍‌ସି ପକ୍ଷରୁ ତାଙ୍କୁ ରବିବାର ରାତି ୧୧ଟାରେ ଜବରଦସ୍ତ କ୍ୱାରେଣ୍ଟିନ୍‌ରେ ରଖି ଦିଆଯାଇଛି।

You might also like