ସ୍ତ୍ରୀ ଗଲେ ଆଉ ଗୋଟାଏ ବାହା ହୁଅ

ପାଟନା ହାଇକୋର୍ଟଙ୍କ ରାୟକୁ ନେଇ ଚାଲିଛି ଚର୍ଚ୍ଚା

ପାଟନା ହାଇକୋର୍ଟଙ୍କ ରାୟକୁ ନେଇ ଚାଲିଛି ଚର୍ଚ୍ଚା

କହିଲେ, ଭୁଲି ଯାଅ ଛାଡି ଚାଲିଯାଇଥିବା ସ୍ତ୍ରୀ ଙ୍କୁ

ଆଉ ଜଣେ ଯୁବତୀଙ୍କୁ ଖୋଜି ବିବାହ କର

ପାଟନା: ପାଟନା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି କିଛି ଏମିତି ରାୟ ଶୁଣାଇଛନ୍ତି କୋର୍ଟ। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଜଣେ ସ୍ତ୍ରୀ ସ୍ୱାମୀଙ୍କୁ ପ୍ରତାରଣା ଦେଇ ଅନ୍ୟ ଜଣଙ୍କ ସହ ଚାଲିଯାଇଥିଲେ ପତ୍ନୀ। ଆଉ ଏହାପରେ ସମ୍ପୃକ୍ତ ପତ୍ନୀଙ୍କ ସ୍ୱାମୀ ମାମଲା ଦାୟର କରିଥିଲେ। ହାଇକୋର୍ଟ ଶୁଣାଣି ପରେ ଅସନ୍ତୁଷ୍ଟ ସ୍ୱାମୀ ନଗେନ୍ଦ୍ରଙ୍କୁ କହିଛନ୍ତି ଯେ,’ ପର ଲୋକ ସହ ପଳାଇଯାଇଥିବା ପତ୍ନୀ ତାନିଆଙ୍କୁ ଭୁଲିଯାଅ ଓ ଆଉ ଜଣଙ୍କୁ ଖୋଜ’। ଆଉ ଏହାକୁ ନେଇ ଅଭିଯୋଗକାରୀ ସ୍ୱାମୀଙ୍କୁ କୋର୍ଟ ଏଭଳି ଆଶ୍ୱାସନା ଦେଇଛନ୍ତି ଯେ, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଛାଡି ଚାଲିଯାଇଥିବା ସ୍ତ୍ରୀଙ୍କୁ ଭୁଲିଯାଅ, ଅନ୍ୟ ଏକ ଯୁବତୀଙ୍କୁ ଖୋଜି ବିବାହ କର। ପାଟନା ସୀତାମାଢି ଅଂଚଳର ଘଟଣାକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା। ତେବେ ଏହି ଘଟଣାର ଶୁଣାଣି କରିଥିଲେ ବିଚାରପତି ପି.କେ ଝ।  ଅଭିଯୋଗ ମୁତାବକ ୨୫ ବର୍ଷୀୟ ନଗେନ୍ଦ୍ର ଜୟସ୍ୱାଲଙ୍କର ବିବାହ ୨୦୧୭ ମସିହାରେ ତାନିଆ ନାମକ ଯୁବତୀଙ୍କ ସହ ହୋଇଥିଲା | ବିବାହ ପରେ ଯୁବତୀ ଜଣକ ନିଜ ସ୍ୱାମୀଙ୍କ ସହ ଶାଶୂଘର ନାଗପୁରକୁ ଯାଇଥିଲେ। ସୁଖରେ ଚାଲିଥିଲା ସଂସାର କିନ୍ତୁ ତାନିଆ ଉଚ୍ଚଶିକ୍ଷା କରିବାକୁ ସ୍ୱାମୀଙ୍କୁ କହିଥିଲେ।  ଆଉ ସ୍ତ୍ରୀଙ୍କ କଥାରେ ସ୍ୱାମୀ ନଗେନ୍ଦ୍ର ମଧ୍ୟ ରାଜି ହୋଇଥିଲେ। କେବଳ ରାଜି ହୋଇଥିଲେ ତାହା ନୁହେଁ ବରଂ କଲେଜରେ ତାନିଆଙ୍କ ନାଁ ମଧ୍ୟ ଲେଖାଇ ଦେଇଥିଲେ। କଲେଜରେ ନାଁ ଲେଖାଯିବା ପରେ ଶାଶୂଘରୁ ପ୍ରତିଦିନ କ୍ଲାସ କରିବାକୁ ମଧ୍ୟ ଯାଉଥିଲେ ତାନିଆ କିନ୍ତୁ ହଠାତ୍ ଗତ ଏପ୍ରିଲ ମାସରେ ସେ କେଉଁ ଆଡ଼େ ନିଖୋଜ ହୋଇଯାଇଥିଲେ।

ଆଉ ନିଖୋଜ ପତ୍ନୀଙ୍କୁ ପାଗଳ ପରି ଖୋଜିଥିଲେ ନଗେନ୍ଦ୍ର। କିନ୍ତୁ ଯେତେ ଖୋଜିଥିଲେ ବି ତାନିଆଙ୍କୁ ସେ ପାଇନଥିଲେ। ହେଲେ ହଠାତ୍ ଏହାର କିଛି ଦିନ ପରେ ଜଣାପଡିଥିଲା ଯେ, ତାନିଆ  ଆଉ ଜଣେ ଯୁବକ ରାଜେଶ କୁମାରଙ୍କ ସହ ବିବାହ କରି ତାଙ୍କ ସହ ସଂସାର କରିଛନ୍ତି। ତେବେ ନଗେନ୍ଦ୍ରଙ୍କୁ ଦେଖି ସବୁ ସତ କଥା କହିଦେଇଥିଲେ ତାନିଆ। କହିଥିଲେ ଯେ, ରାଜେଶଙ୍କୁ ସେ ସ୍କୁଲ ସମୟରୁ ହିଁ ପ୍ରେମ କରୁଥିଲେ। ବିବାହ କରିବାକୁ ଉଭୟଙ୍କ ମଧ୍ୟରେ ସହମତି ହୋଇଥିଲା। କିନ୍ତୁ ହୋଇପାରିନଥିଲା। ଆଉ ପରେ କଲେଜରେ ପାଠ ପଢ଼ିବା ବେଳେ  ସେ ନିଜ ଇଚ୍ଛାରେ ରାଜେଶଙ୍କ ସହ ଚାଲିଯାଇଥିବା ସ୍ୱୀକାର ମଧ୍ୟ କରିଥିଲେ।

ଆଉ ଏସବୁ ବାବଦରେ ନଗେନ୍ଦ୍ର ପାଟନାରେ ଅଭିଯୋଗ କରିଥିଲେ। ଏହା ପରେ ମାମଲା ଯେତେବେଳେ କୋର୍ଟରେ ପହଞ୍ଚିଥିଲା, ସେତେବେଳେ ବିଚାରପତି ତାନିଆଙ୍କୁ ଜାମିନ ଦେଇ ପୂର୍ବ ସ୍ୱାମୀ ନଗେନ୍ଦ୍ରଙ୍କୁ ଏଭଳି ଆଶ୍ୱାସନା ଦେଇଛନ୍ତି। ତେବେ ଏହି ଘଟଣାକୁ ନେଇ ସାରା ଦେଶରେ ଜୋରସୋରରେ ଚାଲିଛି ଚର୍ଚ୍ଚା।

You might also like