ଦୁର୍ଭାଗ୍ୟ: ଆମ୍ବୁଲାନ୍ସରେ ଫାଟିଲା ଅକ୍ସିଜେନ୍‌ ସିଲିଣ୍ଡର, ଜଳିଗଲେ ରୋଗୀ

ଥିରୁଅନନ୍ତପୁରମ୍‌: କେରଳରେ ଏକ ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା ଘଟିଛି। ଏକ ଆମ୍ବୁଲାନ୍ସ ରୋଗୀକୁ ନେଇ ମେଡିକାଲ ନେଇଯାଉଥିବା ବେଳେ ଅକ୍ସିଜେନ୍‌ ସିଲିଣ୍ଡର ଫାଟି ତାଙ୍କର ମୃତ୍ୟୁ ହୋଇଛି।

ବୁଧବାର ସନ୍ଧ୍ୟାରେ କେରଳର ଆଲାପୁଜାଃ ଜିଲ୍ଲାରେ ଥିବା ଚମ୍ପାକୁଲମ୍‌ ହସ୍ପିଟାଲର ଠିକ୍‌ ସାମ୍ନାରେ ଏହି ଦୁର୍ଘଟଣା ଘଟିଛି। ରୋଗୀ ଜଣଙ୍କୁ ଗୁରୁତର ଅବସ୍ଥାରେ ଚମ୍ପାକୁଲମ୍‌ ହସ୍ପିଟାଲରୁ ଆଲାପୁଜାଃ ହସ୍ପିଟାଲକୁ ନିଆଯାଉଥିଲା। ଏହି ସମୟରେ ସିଲିଣ୍ଡରେ ନିଆଁ ଲାଗି ତାହା ଫାଟିଯାଇଥିଲା।

ମୃତ ବ୍ୟକ୍ତିଙ୍କ ନାମ ମନୋହର ନାୟାର। ସେହି ସମୟରେ ଆମ୍ବୁଲାନ୍ସରେ ଥିବା ଡ୍ରାଇଭର ଓ ନର୍ସ ଆହତ ହେବା ସହ ଝଟ୍‌କା ମଧ୍ୟ ଲାଗିଛି।

 

You might also like