ପତଞ୍ଜଳିକୁ ୧୦ ଲକ୍ଷ ଟଙ୍କା ଫାଇନ୍‌; ‘କୋରୋନିଲ୍’ ନାଁ ବ୍ୟବହାର ନ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ଚେନ୍ନାଇ: କରୋନିଲ ଟ୍ରେଡ୍‌ ମାର୍କକୁ ବ୍ୟବହାର କରିପାରିବନି ପତଞ୍ଜଳି। ଏନେଇ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍‌ ଏବଂ ଦିବ୍ୟା ୟୋଗ ମନ୍ଦିର ଟ୍ରଷ୍ଟକୁ ବାରଣ କରିଛନ୍ତି ମାଡ୍ରାସ ହାଇକୋର୍ଟ। ତା ସହିତ ୧୦ ଲକ୍ଷ ଟଙ୍କା ଫାଇନ୍‌ ମଧ୍ୟ କରିଛନ୍ତି କୋର୍ଟ। ଅଗଷ୍ଟ ୨୧ ତାରିଖ ସୁଦ୍ଧା ଫାଇନ୍ ପୈଠ କରିବାକୁ କୁହାଯାଇଛି।

ଲାଭ ପଛରେ ଗୋଡ଼ାଇ କରୋନିଲ ଔଷଧରେ କରୋନା ସୁସ୍ଥ ହୋଇଯିବ କହି ଲୋକଙ୍କୁ ଭୂଆଁ ବୁଲାଇବା ଅଭିଯୋଗରେ କମ୍ପାନୀଙ୍କୁ ଫାଇନ୍ କରିଛନ୍ତି କୋର୍ଟ। କିନ୍ତୁ କରୋନିଲ୍‌ କରୋନାରୁ ସୁସ୍ଥ କରିବନି ବରଂ ଛିଙ୍କ, କାଶ ଓ ଥଣ୍ଡା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବ।

ଚେନ୍ନାଇସ୍ଥିତ ଅରୁଦ୍ର ଇଞ୍ଜିନିୟର୍ସ ପ୍ରାଇଭେଟ୍‌ ଲିମିଟେଡ୍ ଦ୍ୱାରା ଆବେଦନ କରାଯାଇଥିବା ଏକ ମାମଲାର ଶୁଣାଣି କରି ଜଷ୍ଟିସ୍‌ ସିଭି କାର୍ତିକେୟନ ଏହି ରାୟ ଦେଇଛନ୍ତି। ୧୯୯୩ଠୁ  ‘କରୋନିଲ’ ଅରୁଦ୍ର ଇଞ୍ଜିନିୟର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଟ୍ରେଡ୍‌ମାର୍କ ବୋଲି ଦାବି କରି କମ୍ପାନୀ କୋର୍ଟର ଦ୍ୱାରସ୍ଥ ହୋଇଥିଲା।

ଅରୁଦ୍ର କମ୍ପାନୀ ପକ୍ଷରୁ CORONIL-92 B ନାମର ଏକ ଏସିଡ୍ ମାର୍କେଟ୍‌କୁ ଛଡ଼ାଯାଇଥିଲା। ଏହି ଏସିଡ୍‌ଟି ଶିଳ୍ପ ବ୍ୟବହାର ପାଇଁ ଭାରୀ ଯନ୍ତ୍ର ଏବଂ ରାସାୟନିକ ପ୍ରସ୍ତୁତି ସଫା କରିବା ପାଇଁ ଉଦ୍ଦିଷ୍ଟ ବୋଲି କମ୍ପାନୀ ତଥ୍ୟ ଦେଇଥିଲା। ମାଦ୍ରାସ ହାଇକୋର୍ଟ ଆଜି ଏହି ମାମଲାରେ ଶୁଣାଣି କରି ପତଞ୍ଜଳିକୁ ଫାଇନ୍ କରିବା ସହିତ ‘କୋରୋନିଲ୍’ ନା ବ୍ୟବହାର ନ କରିବାକୁ ବାରଣ କରାଯାଇଛି।‌

ଆହୁରି ପଢ଼ନ୍ତୁ

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ?

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ; କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ: କହିଲା- ‘ନିର୍ଲଜ ଦେଶ ହିଁ ଏଭଳି ମତ ରଖିପାରେ’

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

NCB ଅଫିସ୍‌ରେ ହାଜର ହେଲେ ଶ୍ରଦ୍ଧା, ସାରା

You might also like