ଚଳନ୍ତା ବିମାନର କବାଟ ଖୋଲିଦେଲେ ଯାତ୍ରୀ: ଆଉ ତା’ପରେ ହେଲା କଣ?

ଚଳନ୍ତା ବିମାନର ଦ୍ୱାର ଖୋଲି ବାହାରକି ଚାଲିଆସିଲେ ୨ ଜଣ ବ୍ୟକ୍ତି

ଆମେରିକା: ଚଳନ୍ତା ବିମାନର ଦ୍ୱାର ଖୋଲି ବାହାରକି ଚାଲିଆସିଲେ ୨ ଜଣ ବ୍ୟକ୍ତି। ବଡ ଦୁର୍ଘଟଣାରୁ ବର୍ତ୍ତିଗଲା ବିମାନ। ଏପରି ଘଟଣା ଘଟିଛି ଆମେରିକାରେ। ମିଳିଥିବା ସୂଚନା ଅନୁସାରେ, ବିମାନ ଉଡ଼ାଣ ପାଇଁ ରନୱେ ଆଡକୁ ଯାଉଥିବାବେଳେ ଜରୁରୀକାଳୀନ ଫାଟକ ଖୋଲି ସକ୍ରିୟ ଥିବା ସ୍ଲାଇଡରରୁ ଦୁଇଜଣ ଲୋକ ବାହାରି ଆସିଥିଲେ।

ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ସୋମବାର ନ୍ୟୁୟର୍କରୁ ଆଟଲାଣ୍ଟା ଅଭିମୁଖେ ଉଡାଣ ଭରୁଥିବା ଏକ ବିମାନରେ ଏହି ଘଟଣା ଘଟିଛି। ୩୧ ବର୍ଷିୟ ଆଣ୍ଟୋନିଓ ମର୍ଡକ ଏବଂ ୨୩ ବର୍ଷିୟ ବ୍ରିଆନା ଗ୍ରେସୋଙ୍କ ସହ ଏକ କୁକୁର ମଧ୍ୟ ବିମାନରୁ ବାହାରି ଆସିଥିବା ନେଇ ସୂଚନା ରହିଛି । ତେବେ ଏହି ଘଟଣା ଘଟିବା ପରେ ଉଭୟଙ୍କୁ ପୋଲିସ ଗିରଫ କରିଛି।

ଗିରଫ ହୋଇଥିବା ଉଭୟ ଯାତ୍ରୀ ଫ୍ଲୋରିଡାର। ଯାତ୍ରୀମାନେ ହଠାତ୍ ଜରୁରୀକାଳୀନ ଫାଟକ ଖୋଲିବା ପୂର୍ବରୁ ବିମାନରେ ଅନେକ ଥର ସିଟ୍ ଅଦଳବଦଳ କରିଥିଲେ। ତେବେ ପରେ କୌଣସି ଅନୁମତି ବିନା ସିଧାସଳଖ ଭାବରେ ବିମାନର ଫାଟକ ଖୋଲିଦେଇଥିଲେ। ତେବେ ପରେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ସେମାନଙ୍କ ଉପରେ କୌଣସି ପ୍ରକାର ସନ୍ଦେହ ହୋଇନଥିଲା। ତେଣୁ ସେମାନେ କାହିଁକି ଏମିତି କଲେ ତାହାକୁ ନେଇ ଆମେ ମାନେ ମଧ୍ୟ ଆଶ୍ଚର୍ଯ୍ୟ ବୋଲି ବିମାନ ଅନ୍ୟ ଯାତ୍ରୀ କହିଛନ୍ତି। ଗିରଫ ହୋଇଥିବା ୨ ବ୍ୟକ୍ତିଙ୍କୁ ପୋଲିସ ଛାଡଇ ଦେଇଛି  କିନ୍ତୁ ସୋମାନଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ରହିଛି।

 

You might also like