ମେ ୧୭ ଯାଏ ସମସ୍ତ ପାସେଞ୍ଜର ଟ୍ରେନ୍‌ ବାତିଲ

ନୂଆଦିଲ୍ଲୀ: ଲକଡାଉନ ଅବଧି ବୃଦ୍ଧି ସହ ମେ ୧୭ ତାରିଖ ଯାଏ ସମସ୍ତ ପାସେଞ୍ଜର ଟ୍ରେନ ଚଳାଚଳ ବାତିଲ କରାଯାଇଛି। ଲକଡାଉନ ନିୟମ ପାଳନ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଭାରତୀୟ ରେଲୱେ ପକ୍ଷରୁ କୁହାଯାଇଛି। ପୂର୍ବରୁ ଟ୍ରେନ ଚଳାଚଳ ଏପ୍ରିଲ ୧୪ ଓ ପରେ ପୁଣି ମେ ୩ ଯାଏ ବାତିଲ କରାଯାଇଥିଲା। ଆଜି ପୁଣି ଲକଡାଉନ ଅବଧି ବୃଦ୍ଧି କରାଯାଇଥିବାରୁ ଟ୍ରେନ ଚଳାଚଳ ବାତିଲ କରାଯାଇଛି।

ତେବେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଓ ଅନ୍ୟ ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଚଳାଚଳ କରାଯିବ ବୋଲି ରେଲେଓ୍ୱ କହିଛି। ସେହିପରି ମାଲବାହୀ ଓ ପାର୍ସଲ ଟ୍ରେନ ପୂର୍ବଭଳି ଚାଲୁ ରହିବ ବୋଲି ରେଳ ମନ୍ତ୍ରାଳୟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାଜେଶ ଦତ୍ତ ବାଜପେୟୀ କହିଛନ୍ତି।

You might also like