ପୁତୁରା ହାତରୁ କ୍ଷମତା ଛଡ଼ାଇନେଲେ କକା । ଲୋକ ଜନଶକ୍ତି ପାର୍ଟି (ଏଲଜେପି) ରେ ଗତକାଲି ପୂରା ଦିନ ରାଜନୈତିକ ଡ୍ରାମା ଚାଲିବା ପରେ ଚିରାଗ ପାଶ୍ୱାନ ଲୋକସଭା ସଂସଦୀୟ ଦଳ ନେତା ପଦରୁ ବାହାର ହୋଇଛନ୍ତି । ଏଲଜେପିର ପାଞ୍ଚ ଜଣ ଲୋକସଭା ସାଂସଦ ତାଙ୍କୁ ଦଳୀୟ ନେତା ପଦରୁ ବହିସ୍କାର କରି ପଶୁପତି ପାରସକୁ ସମର୍ଥନ ଜଣାଇଛନ୍ତି । ଏବେ ସଂସଦୀୟ ଦଳ ନେତା ଭାବେ କକା ପଶୁପତି ପାରସଙ୍କ ନାମରେ ମୋହର ଲାଗିଛି ।

ଜୁନ୍ ୧୩ରେ ହିଁ ପଶୁପତି ପାରସଙ୍କୁ ଏଲଜେପିର ପାଞ୍ଚ ଜଣ ସାଂସଦ ସଂସଦୀୟ ନେତା ନିଯୁକ୍ତ କରିଥିଲେ । ଲୋକସଭାରେ LJPର ନେତା ଭାବରେ ପଶୁପତି ପାରସଙ୍କୁ ବାଛିଥିବା ବ୍ୟକ୍ତିଙ୍କ ମଧ୍ୟରେ ଚୌଧୁରୀ ମେହବୁବ ଅଲି, ବୀଣା ଦେବୀ, ଚନ୍ଦନ ସିଂ ଏବଂ ପ୍ରିନ୍ସ ରାଜ ସାମିଲ ଅଛନ୍ତି । ଚିରାଗଙ୍କ ବଦଳରେ ଏବେ ପଶୁପତି ପାରସଙ୍କୁ ଲୋକସଭା ନେତା ଦାୟିତ୍ୱ ଦିଆଯାଇଥିବା ବିଜ୍ଞପ୍ତି ଜାରି ହୋଇଛି ।

ବିହାର ରାଜନୀତିରେ ଗତକାଲି ନାଟକୀୟ ମୋଡ ଦେଖିବାକୁ ମିଳିଥିଲା । ରବିବାର ରାତିରେ ରାମବିଲାସ ପାଶ୍‌ବାନଙ୍କ ସାନ ଭାଇ ପାରସ ପଶୁପତିଙ୍କ ପେନତୃତ୍ୱାରେ ଏଲଜେପିର ବିଦ୍ରୋହ ଆରମ୍ଭ ହୋଇଥିଲା । ଚିରାଗ ପାଶ୍ୱାନଙ୍କ ଉପରେ ନାରାଜ ହୋଇ ଲୋକସଭା ସ୍ପିକର ଓମ ବିର୍ଲାଙ୍କୁ ଏକ ଚିଠି ଲେଖିଥିଲେ ଦଳର ପାଞ୍ଚ ସାଂସଦ । ଦଳର ୬ ଜଣ ଲୋକସଭା ସାଂସଦ ମଧ୍ୟରୁ ପାଞ୍ଚ ଜଣ ଚିରାଗଙ୍କ ବିରୁଦ୍ଧରେ ହାତ ମିଳାଇଥିଲେ । ଏବଂ ଭିନ୍ନ ମାନ୍ୟତା ଦାବି ପାଇଁ ଚିଠି ଲେଥିଲେ ।

ତେବେ ଦଳରେ ବିଦ୍ରୋହର ସ୍ୱର ଉଠିବା ପରେ ନାରାଜ କକା ପଶୁପତି ପାରସଙ୍କୁ ମନେଇବା ପାଇଁ ଚିରାଗ ପାଶ୍ୱାନ ତାଙ୍କ ଘରେ ପହଞ୍ଚିଥିଲେ । ହେଲେ ପୁତୁରା ପହଞ୍ଚିଲା ପରେ ତୁରନ୍ତ ଦରଜା ଖୋଲି ନଥଲେ କକା । ଚିରାଗ ପାଶ୍ୱାନ କକା ପଶୁପତିଙ୍କ ଘର ସାମ୍ନାରେ କାରରେ ବସି ବାରମ୍ବାର ହର୍ଣ୍ଣ ବଜାଇଥିଲେ । ପାଖାପାଖି ୧୫ରୁ ୨୦ ମିନିଟ ପର‌୍ୟ୍ୟନ୍ତ ପୁତୁରା ପାଇଁ ଦରଜା ଖୋଲାଯାଇ ନଥିଲା । ପରେ କକା ପଶୁପତି ପାରସ ଘରେ ଉପସ୍ଥିତ ନଥିବା ସୂଚନା ମିଳିଥିଲା । ଚିରାଗ କକାଙ୍କ ଘରେ ପହଞ୍ଚିଥିବା ବେଳେ କକା ପୁଅ ପାଇଁ ପ୍ରିନ୍ସ ରାଜ ଉପସ୍ଥିତ ଥଲେ । ଚିରାଗ ଏବେ ତାଙ୍କ ସହ ଆଲୋଚନା କରିଥିଲେ, କିନ୍ତୁ ସେଥିରେ ବୋଧହୁଏ କୌଣସି ନିଷ୍ପର୍ଷ ବାହାରିି ପାରିନଥିଲା ।

Other Stories